ଗ୍ରାହାକଙ୍କୁ ଆଶ୍ୱସ୍ତିି । ଦୀର୍ଘଦିନ ପରେ ହ୍ରାସ ପାଇଲା ପେଟ୍ରୋଲ ଓ ଡିଜେଲ୍ ଦର । ଗୁରୁବାର ପେଟ୍ରୋଲ ଲିଟର୍ ପିଛା ୨୧ ପଇସା ଓ ଡିଜେଲ୍ ଲିଟର୍ ପିଛା ୨୦ ପଇସା ହ୍ରାସ ହୋଇଛି। ଏଥିସହ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର୍ ପିଛା ୯୦.୭୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୮୧.୧୦ ପଇସା ହୋଇଛି। ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିତ ତୈଳ ଦର ଲଗାତର ହ୍ରାସ ପାଇଥିବାରୁ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଦର କମିଛି।ଲଗାତର ତୈଳ ଦର ବୃଦ୍ଧି ହେତୁ ସାଧାରଣ ଲୋକ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ଦୀର୍ଘ ୬ ମାସ ପରେ ପ୍ରଥମଥର ଲାଗି ବୁଧବାର ତୈଳ ଦର ହ୍ରାସ ପାଇଥିଲା। ବୁଧବାର ପେଟ୍ରୋଲ ଲିଟର୍ ପିଛା ୧୮ ପଇସା ଓ ଡିଜେଲ୍ ଲିଟର୍ ପିଛା ୧୭ ପଇସା କମିଥିଲା। ଗତବର୍ଷ ମାର୍ଚ୍ଚ ମାସ ଠାରୁ କେନ୍ଦ୍ର ସରକାର ଉଭୟ ପେଟ୍ରୋଲ ଓ ଡିଜେଲରେ ଏକ୍ସସାଇଜ୍ ଡ୍ୟୁଟି ବଢ଼ାଇଥିଲେ। ଏହିକ୍ରମରେ ପେଟ୍ରୋଲରେ ୨୧.୫୮ ଟଙ୍କା ଓ ଡିଜେଲରେ ୧୯.୧୮ ଟଙ୍କା ବୃଦ୍ଧି ପାଇଥିଲା।ଏବେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଥିବାରୁ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0