spot_img

୨୪ ଘଣ୍ଟାରେ ୫୩ ହଜାର ୪୭୬ ନୂଆ ପଜିଟିଭ ଚିହ୍ନଟ

ଭାରତରେ ଦିନକୁ ଦିନ ବଢ଼ିଚାଲିଛି କରୋ ସଂକ୍ରମଣ ।ଦୀର୍ଘ ୫ମାସ ପରେ ଦୈନିକ କରୋନା ସଂକ୍ରମଣ ୫୦ ହଜାର ପାର୍ କରିଛି। ଦେଶରେ ଗତ ୨୪ ଘଣ୍ଟାରେ ଆଉ ୫୩ ହଜାର ୪୭୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଗୋଟିଏ ଦିନରେ ୨୫୧ ଜଦଣଙ୍କ ଜୀବନ ବି ଯାଇଛି । ସେହିପରି ଦିନକରେ ୨୬ ହଜାର ୪୯୦ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ରେ ପହଞ୍ଚିଛି । ଏବେ ସୁଦ୍ଧା ମୋଟ ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ୩ ଲକ୍ଷ ୯୫ ହଜାର ୧୧୨ ସକ୍ରିୟ ମାମଲା ରହିଛି। ସେହିଭଳି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ଜାର ୬୯୨ରେ ପହଞ୍ଚିଛି । ମହାରାଷ୍ଟରରେ ପ୍ରତିଦିନ କରୋନା ସଂକ୍ରମଣ ପୂରୁଣା ରେକର୍ଡ଼୍ ଭାଙ୍ଗୁଛି । ଗତ କିଛି ଦିନରେ ମହାରାଷ୍ଟ୍ରରେ ୩୧ ହଜାରରୁ ବି ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ତେବେ ବର୍ତ୍ତମାନ ରାଜ୍ୟରେ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ସକ୍ରିୟ ରହିଛି। ଏହି କାରଣରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ କରିଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular