ଏପ୍ରିଲ୍ ୨ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିଲେ ପୁଣି ହୋଇପାରେ ଲକଡାଉନ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଏପ୍ରିଲ୍ ୨ ତାରିଖ ପର୍ୟ୍ୟନ୍ତ ଯଦି ଏହି ଭଳି ଭାବେ କରୋନା ସଂକ୍ରମଣର ଆତଙ୍କ ଲାଗି ରହେ ତେବେ ରାଜ୍ୟରେ ଲକଡାଉନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିବ ନାହିଁ।ପୁଣେରେ ବର୍ତ୍ତମାନର କୋଭିଡ ପରିସ୍ଥିତିର ସମୀକ୍ଷା ବୈଠକ ପରେ ଅଜିତ ପାୱାର ହିଛନ୍ତି କି,‘ହୋଲି ପର୍ବ ପାଇଁ କଡ଼ା ପ୍ରତିବନ୍ଧକ ଲଗାଯାଇଛି। ସାରା ରାଜ୍ୟରେ ହୋଲି ସମୟରେ ଅତ୍ୟଧିକ ଭିଡ଼ ହେବା ଉଚିତ ନୁହେଁ।’ ଲକଡାଉନକୁ ଏଡ଼େଇବା ପାଇଁ ଶାରୀରିକ ଦୂରତ୍ବ ଓ ଅନ୍ୟ କୋଭିଡ ନିୟମ ପାଳନ କରନ୍ତୁ। ନଚେତ ଆସନ୍ତା ସପ୍ତାହରୁ ଲକ ଡାଉନର ସମ୍ମୁଖୀନ ହେବେ। ମଲ, ବଜାର ଏବଂ ସିନେମା ପ୍ରେକ୍ଷାଳୟଗୁଡ଼ିକରେ ୫୦% ନିୟମକୁ କଡ଼ାକଡ଼ି ଭାବରେ ବଜାୟ ରଖିବା ଉଚିତ୍। ବିବାହ ସମାରୋହ ପାଇଁ ପରିବାର ସଦସ୍ୟଙ୍କ ସମେତ କେବଳ ୫୦ ଅତିଥିଙ୍କୁ ଅନୁମତି ରହିଛି ବୋଲି ପାୱାର କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0