ଖୋର୍ଦ୍ଧା : ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରୀ ଉଚ୍ଛେଦ । ଚିଲିକା ତହସିଲ ଅଧିନସ୍ଥ ହାଟବରଡ଼ି ପେଣ୍ଠ ଅଞ୍ଚଳରେ ଥିବା ୪୨ ଏକର ଜାଗାରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରୀ ଉଛେଦ କରିଛି ପ୍ରଶାସନ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରେ ଉପଜିଲ୍ଲାପାଳ , ଚିଲିକା ତହସିଲଦାର , ଫିସରି ଡିପାର୍ଟମେଣ୍ଟ , ସିଡ଼ିଏ , ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଭାବେ ଏହି ଘେରୀ ଉଛେଦ କରାଯାଇଛି । ମେ’ ୩୧ ତାରିଖ ସୁଦ୍ଧା ଚିଲିକା ହ୍ରଦରେ ଥିବା ବେଆଇନ ଚିଙ୍ଗୁଡ଼ି ଘେରୀ ମୁକ୍ତ ହେବ ବୋଲି ଜିଲ୍ଲାପାଳ ଅଦାଲତଙ୍କୁ ଜଣାଇଛନ୍ତି । ସାଟେଲାଇଟ୍ କ୍ୟାମେରା ଦ୍ୱାରା ଏହି ଚିଙ୍ଗୁଡ଼ି ଘେରୀ ଚିହ୍ନଟ କରାଯାଇ ଉଛେଦ କରାଯାଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟରେ ଚିଲିକାକୁ ଘେରୀ ମୁକ୍ତ କରିବା ପାଇଁ ଦୀର୍ଘଦିନ ରୁ ଚିଲିକା ମସ୍ଛଜୀବୀ ମହାସଂଘ ଦାବି କରିଆସୁଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0