ଭୋଗରାଇ: କରୋନା କଟକଣାକୁ ବେଖାତିର କରି ଚାଲିଛି ମ୍ୟୁଜିକାଲ ନାଇଟ ସୋ’ । ଭୋଗରାଇର କମର୍ଦ୍ଦାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ସେଲିବ୍ରିଟିଙ୍କୁ ଡ଼ାକି ଚାଲିଛି ନାଇଟ ମ୍ୟୁଜିକାଲ ସୋ’ । ଯେଉଁଠାରେ ହଜାର ହଜାର ଦର୍ଶକ ଉପସ୍ଥିତ ଅଛନ୍ତି । ରାଜ୍ୟରେ କରୋନାର ଲେଉଟାଣୀ ଦେଖି ସରକାର ନାଇଟ କରଫୁ ଜାରି କରିଥିବା ବେଳେ ଏଠାରେ କିଭଳି ନାଇଟ ସୋ’ ଚାଲିଛି ତାକୁ ନେଇ ପ୍ରଶ୍ନ ଉଠିଛି । କାହାରି ମୁହଁରେ ନାହିଁ ମାକ୍ସ କି ସାମାଜିକ ଦୂରତା । ଅନ୍ୟ ପଟେ ସ୍ଥାନୀୟ ପୁଲିସ ବିଭାଗର କାର୍ଯ୍ୟକଳାପକୁ ନେଇ ମଧ୍ୟ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି ।




Visitors Today : 2
Total Visitors : 130168
Total Views : 9891613
Visitors Online Now : 0