spot_img

ସିଆରପିଏଫ ପକ୍ଷରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ନବରଙ୍ଗପୁର: ସାଧାରଣ ଜନତା ଙ୍କ ମନରେ ପୋଲିସ ପ୍ରତି ଥିବା ଭୟ କମାଇବା ପାଇଁ ଏବଂ ମାଓବାଦୀ ଙ୍କ ନିକଟତର ନହୋଇ ସିଆରପିଏଫ ଯବାନଙ୍କ ସହିତ ଗ୍ରାମବାସୀଙ୍କ ଏକ ସନ୍ତୁଳିତ ବନ୍ଧତ୍ବ ସ୍ଥାପନ ହୋଇପାରିବ ସେଥିପାଇଁ ପୋଲିସ/ସିଆରପିଏଫ ପକ୍ଷ ରୁ ଚାଲିଚି ଅହରହ ଚେଷ୍ଟା । ଏହି ପରିପ୍ରେକ୍ଷୀ ରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ କରଲା ପଡ଼ା ଗ୍ରାମ ରେ ସିଆରପିଏଫ ଦ୍ୱାରା ଲୋକ ସମ୍ପର୍କ ଶିବିର ଅନୁଷ୍ଠିତ କରାଯାଇଛି।
ରାଜ୍ୟରେ ଯେଉଁ ସବୁ ଉପାନ୍ତ ଜିଲ୍ଲା ମାନଙ୍କରେ ମାଓ କାର୍ୟ୍ୟ କଳାପ ଓ ଚଳ ପ୍ରଚଳ ରହିଛି ସେହି ଜିଲ୍ଲା ମାନଙ୍କ ମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଅନ୍ୟତମ । ପଡୋଶୀ ଛତିଶଗଡ ଓ ଓଡ଼ିଶା ସୀମାନ୍ତବର୍ତୀ ଅଞ୍ଚଳ ରେ ସାଧାରଣ ଜନତା ଙ୍କୁ ଗୋଟିଏ ପଟ ମାଓବାଦୀଙ୍କ ଭୟ ତ ଅନ୍ୟ ପଟ ମାଳମାଳ ସିଆରପିଏଫ କୁ ଦେଖି ଛାନିଆ ଅନୁଭବ କରୁଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହି ଭଳି ଦ୍ଵନ୍ଦ ଓ ଭୟ ଦୂର କରିବାକୁ ଏବଂ ସାଧାରଣ ଜନତା ଙ୍କୁ ସଚେତନ କରାଇବା ପାଇଁ ନବରଙ୍ଗପୁର ଜିଲ୍ଲା ଝରିଗାଁ ନିକଟ କର୍ଲା ପଡ଼ା ଗ୍ରାମ ରେ ସିଆରପିଏଫ ପକ୍ଷ ରୁ ଏକ ଯାନ ସମ୍ପର୍କ ଶିବିର ଅନୁଷ୍ଠିତ କରାଯାଇଥିଲା । ମାଓବାଦୀ ଙ୍କୁ ସାହାଯ୍ୟ ନକରି ସେମାନଙ୍କ କାର୍ୟ୍ୟ କଳାପ କୁ ପ୍ରୋତ୍ସାହିତ ନ କରି ସିଆରପିଏଫ ଓ ଓଡିଶା ପୋଲିସ କୁ ସାହାଯ୍ୟ କରି କାନ୍ଧରେ କାନ୍ଧ ଓ ହାତରେ ହାତ ମିଳାଇ ସମସ୍ତ ପ୍ରକାର ସମସ୍ୟାର ସମାଧାନ କରିବା ଦିଗରେ ଦୃଷ୍ଟି ଦେବା ଓ ଉଭୟ ଙ୍କ ଭିତରେ ରହିଥିବା ଦ୍ଵନ୍ଦ କୁ ଦୂର କରିବା ଏବଂ ସାଧାରଣ ଜନତା ଙ୍କୁ ସଚେତନା କରାଇବା ପାଇଁ କରାଯାଇଛି ଉଦ୍ୟମ । ଏହି ଶିବିର ରେ ସିଆରପିଏଫ କମାନଡ଼େଣ୍ଟ ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି କାର୍ୟ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କୁ ସ୍କୁଲବେଗ, ସାଧାରଣ ଙ୍କୁ ଘରୋଇ ଗ୍ରାମବାସୀ ଙ୍କୁ ବାଲ୍ଟି, ଦରି, ସୋଲାର ଲାଇଟ୍ ଆଦି ବଣ୍ଟନ କରାଯାଇଥିଲା । ପୋଲିସ ଓ ସିଆରପିଏଫ ଙ୍କୁ ପାଖରୁ ପାଇ ଗ୍ରାମବାସୀ ବହୁତ୍ ଖୁସି ଜାହିର କରିଛନ୍ତି।ଏହି କାର୍ୟ୍ୟକ୍ରମରେ ଦ୍ୱିତୀୟ କମାନ ଅଧିକାରୀ ଆଲୋକ ଅବସ୍ତି ଙ୍କ ସହ ବହୁ ଅଧିକାରୀ, ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିନେଶ କୁମାର ନାୟକ, ଓ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ଅଗନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular