spot_img

ମାଲକାନଗିରିରେ ବଡଯାତ୍ରାରେ ଭକ୍ତ ମାନିଲେନି କରୋନା କଟକଣା

ମାଲକାନଗିରି: ମାଲକାନଗିରିରେ ବଡ ଯାତ୍ରାରେ ମାନିଲେନି କରୋନା କଟକଣା । ଭକ୍ତ ଭଗବାନଙ୍କ ଭାବାବେଗ ଆଗରେ ଫିକା ପଡିଲା କୋଭିଡ କଟକଣା । ପ୍ରଶାସନର କଟକଣା ସତ୍ୱେ ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡଯାତ୍ରାରେ ଏକାଠି ହେଲେ ହଜାର ହଜାର ଶ୍ରଦ୍ଧାଳୁ । ଗତକାଲି ତିନି ଠାକୁର କୃଷ୍ଣ, ଭୀମ ଓ ଅର୍ଜୁନଙ୍କ ବିମାନ ଏକ ବିରାଟ ପଟୁଆରରେ ମାଲକାନଗିରି ସଦର ମହକୁମାସ୍ଥିତ କନ୍ୟାମାଝିବନ୍ଧ ଠାରୁ ମାଣ୍ଡିଆଭଟା ମଣ୍ଡପକୁ ପହଁଚିଥିଲା । ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଜିଲ୍ଲା ତଥା ଜିଲ୍ଲା ବାହାରର ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ । ଏଥର କରୋନା ପାଇଁ ପ୍ରଶାସନର ନାଇଟ କର୍ଫ୍ୟୁ ଘୋଷଣା ପରେ ଏତେ ଭିଡ ପରିଲକ୍ଷିତ ହୋଇଛି । ଯାହାକୁ ନେଇ ପ୍ରଶାସନର କୋଭିଡ କଟକଣା ଉପରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular