କରୋନା ମହାମାରୀ ଭିତରେ ଜୁନ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ ତାରିଖ ଘୋଷଣା କରାଯାଇଛି । ଏପ୍ରିଲ ପହିଲାରୁ ପଞ୍ଜିକରଣ ଆରମ୍ଭ ହେବ ବୋଲି କୁହାଯାଇଛି । ଏଥର ଅମରନାଥକୁ ଯିବା ପାଇଁ ଦୁଇଟି ରାସ୍ତା ସ୍ଥିର କରାଯାଇଛି । ଏନେଇ ବାଲଟାଲ ଓ ପହଲଗାମ ଦୁଇଟି ରାସ୍ତାରେ ଯାତ୍ରୀମାନେ ଅମରନାଥ ଯାଇପାରିବେ । ଅମରନାଥ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୩୧୬ ଟି ବ୍ରାଞ୍ଚ, ଜମ୍ମୁ-କାଶ୍ମୀର ବ୍ୟାଙ୍କର ୯୦ ଟି ବ୍ରାଞ୍ଚ ଓ ୟସ ବ୍ୟାଙ୍କର ୪୦ ଟି ବ୍ରାଞ୍ଚରେ ପଞ୍ଜିକରଣ କରିପାରିବେ । ଏଥର ଅମରନାଥ ଯାତ୍ରା ୫୬ ଦିନ ଧରି ଚାଲିବ ଜୁନ ୨୮ ତାରିଖରେ ଏହା ଆରମ୍ଭ ହୋଇ ଅଗଷ୍ଟ ୨୨ ତାରିଖରେ ସମାପ୍ତ ହେବ । ଶ୍ରୀ ଅମରନାଥ ମନ୍ଦିର ବୋର୍ଡର ସିଇଓ ନିତୀଶ୍ୱର କୁମାର ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଯାତ୍ରୀମାନେ ଦେଉଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଭୂଲ ସୂଚନାକୁ ରୋକିବାକୁ କେବଳ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନ୍ୟତା ପ୍ରାପ୍ତ ଡାକ୍ତର ଓ ମେଡିକାଲ ସଂସ୍ଥା ତରଫରୁ ଜାରି କରାଯାଇଥିବା ସାର୍ଟିଫିକେଟ୍ ଗ୍ରହଣ କରାଯିବ । ଏନେଇ ୨୦୨୧ ମାର୍ଚ୍ଚ ମାସ ୧୫ ତାରିଖ ପରେ ସାର୍ଟିଫିକେଟ ଇସ୍ୟୁ ହୋଇଥିବା ଆବଶ୍ୟକ । ଏବର୍ଷ ୧୩ ବର୍ଷରୁ କମ୍ ଓ ୭୫ ବର୍ଷରୁ ଅଧିକ ବୟସର ଲୋକ ଓ ଗର୍ଭବତୀ ମହିଳା ମାନଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0