spot_img

ଓଁ ଶାନ୍ତି ଆଶ୍ରମରେ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନିତ ସଭା ଅନୁଷ୍ଠିତ

ଖୋର୍ଦ୍ଧା: ଖୋର୍ଦ୍ଧା ଜଙ୍କିଆସ୍ଥିତ ଓଁ ଶାନ୍ତି ଆଶ୍ରମରେ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନିତ ସଭା ଅନୁଷ୍ଠିତ । ପ୍ରଜାପତି ବ୍ରହ୍ମକୁମାରି ଐଶ୍ୟରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ସଭା ଅନୁଷ୍ଠିତ ହୋଇଥିଲା । ମାଉଂଟାବୁରେ ଥିବା ପ୍ରଜାପତି ବ୍ରହ୍ମକୁମାରି ଐଶ୍ୟରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ୨ ପ୍ରଶାସିକା ମା’ ଜାନକୀ ଦେବୀ ଏବଂ ମା ଗୁଲଜାର ଦେବୀଙ୍କ ତିରଧାନ ଉପଲକ୍ଷେ ଏହି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ କରାଯାଇଥିଲା । ସଭାରେ ସଂଘର ଶହ ଶହ ଭକ୍ତ ମାନେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଓଁ ଶାନ୍ତି ଆଶ୍ରମର ମୁଖ୍ୟ ଭଉଣୀ ବି. କେ. ଉମା ଓ ବି.କେ. ପ୍ରଭାସିନୀଙ୍କ ସହ ସଂଘର ଅନ୍ୟ କମାକର୍ତ୍ତାଙ୍କ ତତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ସାମ୍ବାଦିକ ମଧୁସୁଦନ ମିଶ୍ରଙ୍କୁ ତାଙ୍କର କର୍ତ୍ତବ୍ୟ ନିଷ୍ଠା ଏବଂ କାର୍ଯ୍ୟଦକ୍ଷତା ପାଇଁ ସମ୍ମାନିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular