ନୟାଗଡ଼: ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କଲେ ସରପଂଚ । ନୟାଗଡ଼ର କୀଆଝର ପଂଚାୟତ ଅଧିନ ମାଣିକପୁର ଗ୍ରାମର ୨ ଅଗ୍ନି ବିପନ୍ନ ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଛି । କୀଆଝର ଯୁବ ସରପଂଚ ଚନ୍ଦ୍ରକାନ୍ତ ବଳିଆର ସିଂହ ଏହି ସହାୟତା ପ୍ରଦାନ କରିଛନ୍ତି । ମାଣିକପୁର ଗ୍ରାମର ସମ୍ବାରୀ ପ୍ରଧାନ ଏବଂ ବାବୁଲି ପ୍ରଦାନଙ୍କ ଘର ସର୍ଟ ସର୍କିଟ ହୋଇ ଜଳି ଯାଇଥିଲା । ସରପଂଚ ଏହି ପରିବାରକୁ ଭେଟି ଚୂଡ଼ା, ଚାଉଳ ଏବଂ ୧୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ କୌଣସି ସରକାରୀ ସହାୟତା ମିଳିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡପଡ଼ା ତହସିଲ କତୃପକ୍ଷ ଏହି ବିପନ୍ନ ପରିବାର ପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0