spot_img

ପ୍ଲାଜମା ଦାନ କରି ଗୈାରବ ଆଣିଲେ କେନ୍ଦ୍ରାପଡାର ମନୋଜ ବରାଳ

କେନ୍ଦ୍ରାପଡା: ପ୍ଲାଜମା ଦିଅନ୍ତୁ କରୋନା ରୋଗୀଙ୍କୁ ବଞ୍ଚାନ୍ତୁ । କରୋନା ମହାମାରୀ ରୋଗରେ ନିଜେ ସୁସ୍ଥ ହୋଇ ନିଜର ପ୍ଲାଜମା ଦାନ କରି ଅନ୍ୟ ଦୁଇ ଜଣ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇ ନିଜ ଗାଁ ତଥା ଜିଲ୍ଳା ପାଇଁ ଗୈାରବ ଆଣିଛନ୍ତି କେନ୍ଦ୍ରାପଡା ପୁଅ ମନୋଜ ବରାଳ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମନୋଜ ବରାଳ ହେଉଛନ୍ତି ଓଡିଶାର ପ୍ରଥମ ପ୍ଲାଜମା ଦାନକାରୀ ବ୍ୟକ୍ତି । କରୋନା ବିଜୟୀ ମନୋଜ ବରାଳଙ୍କୁ ଆଳି ବିଧାୟକ ପ୍ରତାପ କେଶରୀ ଦେବ ମନୋଜଙ୍କୁ ନିଆଳ ପଞ୍ଚାୟତ ରାଦାନଗରସ୍ଥିତ ବାସ ଭବନରେ ପହଞ୍ଚି ତାଙ୍କୁ ସମ୍ବର୍ଦ୍ଧନା କରିଛନ୍ତି । ଏହି ଅବସରରେ ଆଳି ବିଧାୟକ ଶ୍ରୀ ଦେବଙ୍କ ସହିତ ବିଜେଡି ନେତା ଭୀଷ୍ମ ମହାନ୍ତି, ପ୍ରଦ୍ୟୁମ୍ନ ଦାଶ, ପ୍ରମୁଖ ଉପସ୍ଥିତ ରହି ପ୍ଲାଜମା ଦାନକାରୀ ମନୋଜଙ୍କ ସମେତ ତାଙ୍କର ପରିବାର ସଦସ୍ୟଙ୍କୁ ସମ୍ପର୍ଦ୍ଧିତ କରିଛନ୍ତି । ସୂଚନା ମୁତାବକ, ଦୁବାଇ ଫେରନ୍ତା ଓଡିଆ ପ୍ରବାସୀ ମନୋଜ କେନ୍ଦ୍ରାପଡା ଜିଲ୍ଳାର ପ୍ରଥମ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥଇଲେ । ଏହା ପରେ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ଆରୋଗ୍ୟ ହୋଇଛନ୍ତି ମନୋଜ । ଯେଉଁମାନେ ଏହି ମହାମାରୀ ରୋଗରୁ ମୁକ୍ତ ହେଉଛନ୍ତି ସମସ୍ତେ ମାନବ ଜାତିର ସୁରକ୍ଷା ପାଇଁ ନିଜନିଜର ପ୍ଲାଜମା ଦାନ କରିବା ସହିତ ନିୟମିତ ଯୋଗ, ପ୍ରାଣାୟମ ଓ ବ୍ୟାୟାମ କରିବା ଉଚିତ ବୋଲି ମନୋଜ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular