ମୁମ୍ବାଇ: ବିଦେଶରେ ହୋଲି ଖେଳିଲେ ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା। ପ୍ରିୟଙ୍କା ସ୍ୱାମୀ ନିକ୍ ଜୋନସ ଏବଂ ତାଙ୍କ ଶାଶୁ ଶ୍ୱଶୁରଙ୍କ ସହ ମିଶି ଲଣ୍ଡନରେ ହୋଲି ଖେଳିଛନ୍ତି। ଏହି ହୋଲି ଖେଳର କିଛି ରଙ୍ଗବେରଙ୍ଗ ଫଟୋକୁ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି। ଏହି ଫଟୋକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିବାରେ ଲାଗିଛନ୍ତି। ଫଟୋକୁ ସେଆର କରି ପ୍ରିୟଙ୍କା କ୍ୟାପଶନରେ ଲେଖିଛନ୍ତି, “ରଙ୍ଗର ପର୍ବ ହୋଲି, ମୋର ସବୁଠାରୁ ମନପସନ୍ଦ ପର୍ବ। ଅଶା କରୁଛି ଯେ, ଆମେ ସମସ୍ତେ ଆମ ପରିବାରଙ୍କ ସହ ଘରେ ରହି ଏହି ପର୍ବ ପାଳନ କରିବା।” କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରିୟଙ୍କା ନିଜର ଏହି ପୋଷ୍ଟରେ ଲୋକଙ୍କୁ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି। କରୋନା ଯୋଗୁଁ ପ୍ରିୟଙ୍କା ଏବଂ ନିକଙ୍କ ଏହି ହୋଲି ସେଲିବ୍ରେସନରେ କେବଳ ତାଙ୍କ ପରିବାର ଓ ନିକଟ ସମ୍ପର୍କିୟ ମାନେ ହିଁ ସାମିଲ ହୋଇଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0