spot_img

କରୋନା ଯୋଗୁଁ ରାଜକନିକାରେ ଫିକା ପଡିଲା ହୋଲି ପର୍ବ

କେନ୍ଦ୍ରାପଡା: ଚଳିତ ବର୍ଷ କରୋନା ଯୋଗୁଁ ଫିକା ପଡିଲା ହୋଲି ପର୍ବ । ଭାଙ୍ଗିଲା ଶହେ ବର୍ଷର ପରମ୍ପରା । କରୋନା କଟକଣା ଯୋଗୁଁ ବନ୍ଦ ହେଲା କନିକା ରାଜ ମେଲଣ । ରାଜକନିକାରେ ଧୁମ ଧାମରେ ଦୋଳ ପର୍ବ ପାଳିତ ହେଉଥିବା ବେଳ ଚଳିତ ବର୍ଷ ହୋଲି ଓ ଦୋଳ ପର୍ବ ଉପରେ ଲାଗିଛି ରୋକ । ମେଲଣ ଦେଖିବାକୁ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ନିରାଶ ହୋଇ ଫେରିଛନ୍ତି । ବର୍ଷକରେ ଥରେ ପ୍ରଭୁ ରାଧାକୃଷ୍ଣ ମନ୍ଦିର ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହାକୁ ଦେଖିବାକୁ ଦୂରରୁ ଏଠାକୁ ଭକ୍ତଙ୍କ ସୁଅ ଛୁଟେ । କିନ୍ତୁ କଟକଣା ଯୋଗୁଁ ପାଳିତ ହୋଇପାରିଲାନି ଦୋଳ ପର୍ବ । ଫଳରେ ଭକ୍ତ ମାନେ ନିରାଶ ହୋଇ ଫେରିଛନନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular