spot_img

ମାସ୍କ ଓ ହେଲମେଟ ଚେକିଂ ବେଳେ ପୋଲିସର ଦବଙ୍ଗଗିରି

ମୟୁରଭଞ୍ଜ : ମାସ୍କ ଓ ହେଲମେଟ ଚେକିଂ ବେଳେ ପୋଲିସର ଦବଙ୍ଗଗିରି । ପୋଲିସର ଲାଠି ମାଡରେ ଜଣେ ବ୍ୟବସାୟୀଙ୍କ ମୁଣ୍ଡ ଫାଟି ଯାଇଥିବା ଦେଖିବାକୁ ମଳିଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ଥାନା ଅନ୍ତର୍ଗତ ସାହାରପଡା ବାଇପାସ ଛକ ନିକଟରେ । ଗତ କାଲି ସଂନ୍ଧ୍ୟା ସମୟରେ ସାହାରପଡା ବାଇପାସ ଛକ ନିକଟରେ ହେଲମେଟ ଚେକିଂ ଚାଲିଥିଲା । ଜଣେ ଯୁବକ ନିଜ ଘରକୁ ଯାଉଥିବା ବେଳେ ପୋଲିସର ଲାଠି ମାଡରେ ମୁଣ୍ଡ ଫାଟିଯାଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଛୋଟ ମୋଟ ଘଟଣାରେ ଲୋକେ ଅତିଷ୍ଠ ହୋଇପଡିଛନ୍ତି । ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ସାହାରପଡା ଛକ ନିକଟରେ ପୋଲିସ ବିରୋଦ୍ଧରେ ନାରାବାଜି ଦେବା ସହ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular