spot_img

କେଉଁ ଜିଲ୍ଲାରୁ କେତେ ମୃତ୍ୟୁ ? ଆସନ୍ତୁ ଜାଣିବା

ଭୁବନେଶ୍ୱର : କରୋନା ନେଲା ଆଉ ୮ ଜୀବନ । ରାଜ୍ୟରେ ବଢ଼ି ଚାଲିଛି କରୋନା କୋପ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ସେହି ଗତିରେ ବୃଦ୍ଧି ପାଉଛି । ରାଜ୍ୟରେ ଆଜି ନୂଆ ୮ କରୋନା ମୃତକଙ୍କୁ ମିଶାଇ ମୋଟ୍ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଲା । ଗଞ୍ଜାମରୁ ସର୍ବାଧିକ ୪ ଜଣ ଓ ଖୋର୍ଦ୍ଧା, ଗଜପତି, ସୁନ୍ଦରଗଡ଼, ନୟାଗଡ଼ରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମରୁ ୯୪ , ଖୋର୍ଦ୍ଧାରେ ୨୨ , କଟକରେ ୧୧ , ଗଜପତିରେ ୧୦ , ଯାଜପୁରରେ ୧ , ବାଲେଶ୍ବରରେ ୩ , ଜଗତସିଂହପୁର ୨, ପୁରୀରେ ୩ , କେନ୍ଦ୍ରାପଡ଼ାରେ ୨, ଭଦ୍ରକ ଜିଲ୍ଲାରେ ୨, ସୁନ୍ଦରଗଡ଼ରେ ୮, କନ୍ଧମାଳରେ ୨ , ନୟାଗଡ଼ରେ ୩ , ଝାରସୁଗୁଡ଼ାରେ ୧ , ବରଗଡ଼ ୧, ଅନୁଗୁଳରେ ୨ , ରାୟଗଡ଼ା ଜିଲ୍ଲାରେ ୭, ମାଲକାନାଗିରି ୨, ସମ୍ବଲପୁରରୁ ଜଣେ ଲେଖାଏଁ କୋଭିଡ଼ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ୧୧ ହଜାର ୯୧୭ ସକ୍ରିୟ କେସ ଥିବା ବେଳେ ୧୯ ହଜାର ୭୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular