ନୂଆଦିଲ୍ଲୀ: ଖେଳ ମନ୍ତ୍ରାଳୟ ଶୁକ୍ରବାର ‘ରାଷ୍ଟ୍ରୀୟ ଖେଳ ପୁରସ୍କାର-୨୦୨୦’ ପାଇଁ ଚୟନ ସମିତି ଗଠନ କରିଛନ୍ତି । ଏହି ସମିତିିରେ ପୂର୍ବ କ୍ରିକେଟର ବିରେନ୍ଦ୍ର ସହଓା୍ୱଗ ଏବଂ ପୂର୍ବତନ ହକି ଖେଳାଳି ସରଦାର ସିଂହ ସାମିଲ ହୋଇଛନ୍ତି । ସୁପ୍ରିମକୋର୍ଟର ସେବାରେ ନିବୃତ୍ତ ଥିବା ବିଚାରପତି ମୁକୁନ୍ଦକମ ଶର୍ମା କମିଟିର ଅଧ୍ୟକ୍ଷତା କରିବେ । ସହୱାଗ ଓ ସରଦାରଙ୍କ ସହ ଟେବୁଲ ଟେନିସ ଖେଳାଳି ମୋନାଲିସା ବରୁଆ ମେହତା, ପୌରା ଏଥଲେଟିକ୍ ଦୀପା ମଲିକ ଏବଂ ମୁକେବାଜ ୱେକଟେସନ ଦେବରଜନ ପ୍ରମୁଖ ସାମିଲ ଅଛନ୍ତି । ଏମାନଙ୍କ ସହିତ ଖେଳ କମେଟେଟର ସନୀଷ ବଟାବିୟା, ଖେଳରତ୍ନ ପୁରସ୍କାର ପ୍ରାପ୍ତ ଆଲୋକ ସିହ୍ନା ଏବଂ ନୀରୁ ବାଟିଆ ମଧ୍ୟ ସାମିଲ ଅଛନ୍ତି । ଏତଦ୍ ବ୍ୟତିତ ଖେଳ ମନ୍ତ୍ରାଳୟ ପକ୍ଷରୁ ଭାରତୀୟ ଖେଳ ପ୍ରାଧିକରଣ ମହାନିର୍ଦେଶକ ସଦୀପ ପ୍ରଧାନ, ଖେଳ ବିଭାଗର ସପୃକ୍ତ ସଚିବ ଏଲଏସ ସିଂହ ଏବଂ ଟାରଗେଟ୍ ଅଲମ୍ପିକ ପ୍ରୋଡିୟମ ଯୋଜନାର ସିଇଓ ରାଜିଶ ରାଜାଗୋପାଳନ ସମିତିରେ ରହିବେ । ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ଦୁଇଜଣ ସଦସ୍ୟ ଏହି ସମିତିରେ ସାମିଲ ହୋଇପାରନ୍ତି ।
ଏହି ସମିତି ରାଜୀବ ଗାନ୍ଧୀ ଖେଳ ରତ୍ନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର, ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ଏବଂ ମୌଲାନ ଅବୁଲ କଲାମ ଆଜାଦ ଟ୍ରଫିର ବିଜେତା ମାନଙ୍କୁ ଚୟନ କରିବ । ଏହି ପୁରସ୍କାର ପ୍ରତିବର୍ଷ ୨୯ ଅଗଷ୍ଟ ଖେଳ ଦିବସରେ ପ୍ରଦାନ କରାଯାଇଥାଏ । ପ୍ରସିଦ୍ଧ ହକି ଖେଳାଳି ମେଜର ଧ୍ୟାନଚନ୍ଦଙ୍କ ଜନ୍ମ ଦିନକୁ ଖେଳ ଦିବସ ଭାବେ ପାଳନ କରାଯାଏ ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0