ପୁରୀ: ପୁରୀ-ଭୁବନେଶ୍ୱର୩୧୬ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ଚନ୍ଦନ ପୁର ନିକଟରେ ମାଙ୍କଡ଼ ପସିଯିବାରୁ ଦୁଇ ବାଇକ ଆରୋହି ଗୁରୁତର । ସୂଚନା ମୁତାବକ ଭୁବନେଶ୍ୱର ରୁ ପୁରୀ ଆସୁଥିବା ଦୁଇ ବାଇକ ଆରୋହି ଆଜି ଦିନ ବାରଟା ବେଳେ ଚନ୍ଦନପୁର ଛକରେ ହଠାତ ମାଙ୍କଡ଼ ସେମାନଙ୍କ ଗାଡି ଭିତରକୁ ପସିଯିବାରୁ ଦୁଇଜଣ ତଳେ ପଡି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ତେବେ ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ଆହତ ମାନଙ୍କୁ ଚନ୍ଦନପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ବାଇକକୁ ଜବତ କରିଛି । ତେବେ ଆହତ ମାନଙ୍କର ପରିଚୟ ମିଳି ପାରିନାହିଁ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0