ବାଲେଶ୍ୱର:ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ନୀଳପର୍ବ ଗତକାଲି ସମ୍ପନ୍ନ ହୋଇଯାଇଛି । କରୋନା କଟକଣା ଯୋଗୁ ଚଳିତ ବର୍ଷ ଫିକା ପଡିଯାଇଛି ବାବା ଙ୍କ ଚଡକ ମେଳା । ଗତକାଲି ଥିଲା ବାବାଙ୍କ ୨ୟ ଅର୍ଘ୍ୟ । ଏହି ଦିନ ଭୋଳାନାଥ ସମୁଦ୍ର ମନ୍ଥନ ବେଳେ ବିଷପାନ କରିଥିବା ଯୋଗୁ ଏହି ପବିତ୍ର ଦିନଟିକ ୁଶିବଭକ୍ତ ମାନେ ମହାଦେବ ଙ୍କ ଉଦେ୍ଦଶ୍ୟ ରେ ବ୍ରତ ଧାରଣ କରି ଏହି ଦିନଟିକୁ ନୀଳପର୍ବ ଭାବେ ପାଳନ କରିଥାନ୍ତି ।ଏହି ନୀଳ ଉସ୍ତବ ଉପଲକ୍ଷେ ସେବାୟତ ,ପୂଜକ ,ଉପବିତ ଧାରୀ ଭକ୍ତମାନେ ନୀଳ ପୋଖରିରେ ସ୍ନାନ ପରେ ଦଣ୍ଡନୃତ୍ୟ କରି ମନ୍ଦିର ରେ ପ୍ରବେଶ କରି ମହାଦେବ ଙ୍କ ଚଳନ୍ତି ବିଗ୍ରହ କୁ ଆରାଧନା କରିଥାନ୍ତି ।ଆଜି ଜୀଉଙ୍କ ପ୍ରସିଦ୍ଧ ପାଟ ଉତ୍ସବ ବା ଅନ୍ତିମ ଉତ୍ସବ କୁ କରୋନା କଟକଣା ମାନି ପାଳନ କରାଯିବାର ଉଭୟ ଟ୍ରଷ୍ଟ ଓର୍ ପକ୍ଷରୁ ସୂଚନା ଦିଆଯାଇଛି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0