spot_img

ନିଲାମ ଧାରୀକୁ ନାଲି ଆଖି କୋଟକୁ ବେଖାତିରି ।

କାକଟପୁର: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କଟକଣା ପଞ୍ଚାୟତ କୂଅପଦା ଗ୍ରାମର ବିଶ୍ଵଜିତ ମୁଦୁଲି ୨୦୦୭ ରୁ ୨୦୦୯ ମସିହା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ଉପସ୍ଥିତି ୧୦୬ ଏକର ଥିବା ଏରିୟା କୁ ନିଲାମ ନେଇଥିଲେ । ଯାହାର ଏରିୟା ବାଇଁଆପଡା ମହାଦେଇବସ୍ତ ଠାରୁ ବାଉରିଆ କୋଣ ପଥରସ୍ତ୍ରର ପର୍ୟ୍ୟନ୍ତ । ଏହି ବାଲି ଘାଟକୁ ନିଲାମ ସମୟ ପୁରି ନଥିବା ବେଳେ କେତେକ ବାଲି ମାଫିଆ , କଟ୍ରାକ୍ଟର ଏବଂ ସ୍ଥାନୀୟ ତହସିଲଦାରଙ୍କ ମଧୁ ଚନ୍ଦ୍ରିକା ରେ ବେଆଇନି ଭାବେ ଜୋର ଜବରଦସ୍ତ ମରଣାକ୍ତ ଧମକ ଦେଇ ଦିନରାତି ବାଲି ଉଠାଇ ହଜାର ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ଯାହା ଫଳରେ ଶ୍ରୀଯୁକ୍ତ ମୁଦୁଲି ମାନ୍ୟବର ହାଇକୋର୍ଟ ଅଦାଲତର ଆଶ୍ରୟ ନେଇ କେଶ ନଂ – ୮୮୨୮,୨୦୦୮ ମସିହାରେ କେଶ କରିଥିଲେ ।ଏହି କେସ କରି ସ୍ଥାନୀୟ ତହସିଲଦାର ପାଖରେ ଦେଇଥିଲେ । କିନ୍ତୁ ତହସିଲଦାର ମାନ୍ୟବର ହାଇକୋର୍ଟଙ୍କ କଥାକୁ ଗୁରୁତ୍ୱ ନ ଦେଇ ପୂର୍ବଭଳି କାର୍ୟ୍ୟ କରିବାରେ ସହଯୋଗ କରିଥିଲେ । ଯାହାଫଳରେ ତାଙ୍କର ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହିତ କ୍ଷତି ମଧ୍ୟ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି । ଯଦି ଆଗାମୀ ଦିନରେ ତାଙ୍କୁ ନ୍ୟାୟ ନ ମିଳେ ତାହାଲେ ସେ ରାଜ ରାସ୍ତକୁ ଓଲ୍ହାଇବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular