spot_img

୪ବର୍ଷି ଝିଅର ଇଣ୍ଡିଆ ବୁକ ଅଫ ରେକର୍ଡ

କୋରାପୁଟ:ଚାରି ବର୍ଷର ଝିଅ ଇଣ୍ଡିଆ ବୁକ ଅଫ ରେକର୍ଡ । ଅତି କମ ସମୟ ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଏବେ ବେଶ ଚର୍ଚ୍ଚାରେ ଚାରି ବର୍ଷର ଝିଅ ଅନଭି ପାଢ଼ୀ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ବୈପାରିଗୁଡା ନିକଟବର୍ତ୍ତି ଦୀଘାପୁର ଗାଁ ର ପବନ ପାଢ଼ୀ ଏବଂ ମାନସୀ ପାଢ଼ୀ ଙ୍କ ୪ବର୍ଷୀୟ କୁନି ଝିଅ ଅନଭି ପାଢ଼ୀ । ଅନଭି ଏବେ ଜୟପୁର ସ୍ଥିତ ଏକ ଘରୋଇ ଇଂରାଜୀ ବିଦ୍ୟାଳୟରେ ଏଲକେଜି ରେ ପାଠ ପଢୁଛନ୍ତି । ଅନଭି ଙ୍କ ଏପରି ଅନନ୍ୟ ପ୍ରତିଭା କୁ ଦେଖି ପରିବାର ପକ୍ଷରୁ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ଅନଲାଇନ ରେ ଅଂଶ ଗ୍ରହଣ ପାଇଁ ଆବେଦନ କରିଥିଲେ । ଅନଭି ଙ୍କ ଆବେଦନ କୁ ଗ୍ରହଣ କରି ଗତ ଫେବୃଆରୀ ୧୭ରୁ ମାର୍ଚ୍ଚ ଶେଷ ସପ୍ତାହ ମଧ୍ୟରେ ଅନଲାଇନ ରେ ଅନଭି ଙ୍କ ପ୍ରତିଭାର ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ଦେଇ ପ୍ରମାଣ ପତ୍ର ସହ ମେଡାଲ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଗିନିଜ ବୁକ ଅଫ ୱାର୍ଲଡ଼ ରେକର୍ଡ ରେ ପହଁଚିବା ପାଇଁ ଚେଷ୍ଟା ଜାରି ରଖିବେ ବୋଲି ଅନଭି ଙ୍କ ମାଆ କହିଛନ୍ତି । ରେକର୍ଡ ରେ ସ୍ଥାନ ପାଇବା ପରେ ପରିବାର ସହ ଜିଲ୍ଲା, ରାଜ୍ୟ ଓ ରାଜ୍ୟ ବାହାରୁ ଅନଭିଙ୍କ ପାଖକୁ ଏବେ ଶୁଭେଚ୍ଛା ର ସୁଅ ଛୁଟୁଛି..

LEAVE A REPLY

Please enter your comment!
Please enter your name here

- Advertisment -

Most Popular