ବୈପାରିଗୁଡା: ବୈପାରିଗୁଡା ବ୍ଲକ ସ୍ତରୀୟ “ମୋ ସ୍କୁଲ ଅଭିଯାନ” କାର୍ୟ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ଶିକ୍ଷାଧିକାରୀ ସୁଧିର ଚନ୍ଦ୍ର ରଥ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ବ୍ଲକରେ ଥିବା ବହୁ ପୁରସ୍କୃତ ସ୍କୁଲଗୁଡିକ ଯୋଗ ଦେଇଥିଲେ । ଏହି ଅଭିଯାନକୁ ସଫଳ ରୂପାୟନ କରିବା ନିମନ୍ତେ ବିଦ୍ୟାଳୟରୁ ଶିକ୍ଷା ଲାଭ କରି ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ପୂରାତନ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାନୁଷ୍ଠାନ ପ୍ରେମୀ, ସ୍ୱେଚ୍ଛାସେବୀ ସଂଗଠନ, ବିଦ୍ୟାଳୟ ସହିତ ଓତଃପ୍ରୋତ ଭାବେ ସାମିଲ ହୋଇ ବୈପାରିଗୁଡା ବ୍ଲକର ବିଦ୍ୟାଳୟ ଗୁଡିକରେ ବହୁବିଧ ବିକାଶ କରାଇ ପାରିଛନ୍ତି ବୋଲି ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି କାର୍ୟ୍ୟକ୍ରମ କୁ ଉଦ୍ଘାଟନ କରି ବକ୍ତବ୍ୟ ରଖିଥିଲେ । ଏହି କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା,ସରପଞ୍ଚ ଭାଗୀରଥି ମୁର୍ଜିଆ, ଜିଲ୍ଲା ପରିଷଦ ସଭ୍ୟା ହିରାମଣି ପୂଜାରୀ, ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧିର ଚନ୍ଦ୍ର ରଥ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କନକ ମଞ୍ଜରୀ ଭତ୍ରା, ମୁରଲୀଧର ଡାକୁଆ, ପ୍ରଧାନ ଶିକ୍ଷୟିତ୍ରୀ ମମତା ସୋଏ ପ୍ରମୁଖ ମଞ୍ଚାସୀନ ଥିଲେ । ତେବେ ଏହି କାର୍ୟ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟବସ୍ଥା ସହ ଜଡିତ କରିବା ।



Visitors Today : 1
Total Visitors : 130309
Total Views : 9891812
Visitors Online Now : 0