ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ବିଜେଡି ତରଫରୁ କୋରାପୁଟ ପ୍ରିମିୟର ଲିଗ ଭଲିବଲ ଏବଂ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଆୟୋଜିତ ପ୍ରତିଯୋଗିତାରେ କୋଟପାଡ଼ ବିଧାୟିକା ତଥା ରାଜ୍ୟ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ପଡ଼ାଲ, ଜିଲ୍ଲା ବିଜେଡି ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ, କୋରାପୁଟ ଜିଲ୍ଲା କେପିଏଲ ପର୍ୟ୍ୟବେକ୍ଷକ ସୂର୍ୟ୍ୟ ନାରାୟଣ ରଥ, ବୈପାରିଗୁଡା ବ୍ଲକ କେପିଏଲ ପର୍ୟ୍ୟବେକ୍ଷକ ତ୍ରିପତୀ ମହାନ୍ତି, ସ୍ଥାନୀୟ ସରପଞ୍ଚ ଭାଗୀରଥି ମୁର୍ଜିଆ,ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ପ୍ରମୁଖ ଉପସ୍ଥିତ ଥିଲେ ।
ବୈପାରିଗୁଡା ବ୍ଲକର ୮ ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିବା ବେଳେ ଫାଇନାଲରେ ବୈପାରିଗୁଡା ଏବଂ ଦୋରାଗୁଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ବୈପାରିଗୁଡା ଦଳ ୮ ଓ ୫ ପଏଣ୍ଟ ରେ ବିଜୟ ହାସଲ କରିଥିଲେ । ଫୁଟବଲ ରେ ମଧ୍ୟ ନେତାଜୀ ସୁବାଷ ବୋଷ ଏବଂ ବିଜୁ ପଟ୍ଟନାୟକ ଦଳ ଅନୁଷ୍ଠିତ ହୋଇଥିଲା ଉକ୍ତ ମ୍ୟାଚ ରେ ନେତାଜୀ ସୁଭାଷ ବୋଷ ଦଳ ଏକ ଶୂନ ଗୋଲରେ ବିଜୟୀ ହୋଇଥିଲେ । ଏହି ଭଲିଭଲ ଏବଂ ଫୁଟବଲ ମ୍ୟାଚ ରେ ରେ ବିଜୟ ଦଳ କୁ ଟ୍ରଫି ସହ ୫ହଜାର ଟଙ୍କା ଏବଂ ପରାଜିତ ଦଳ କୁ ଟ୍ରଫି ସହ ୩ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0