spot_img

ଉଜ୍ୱଳା ଗ୍ୟାସ ଟାଙ୍କି ଭିତରୁ ବାହାରୁଚି ପାଣି ।

ଆଙ୍କର – ଉଜ୍ୱଳା ଗ୍ୟାସ ଟାଙ୍କି ଭିତରୁ ବାହାରୁଚି ପାଣି । ଅଭିଯୋଗ ଆଣିଲେ ରାଜନଗର ବ୍ଲକ କୁରୁଣ୍ଟି ଗ୍ରାମର ହରେକୃଷ୍ଣ ପରିଡା । ତାଙ୍କ ମା, ସୁମତି ପରିଡା ଙ୍କ ନାମରେ ଥିବା ଉଜ୍ୱଳା ଗ୍ୟାସ ଗତ ଫ୍ରେବୃଆରି ମାସରେ ଟାଙ୍କି ନେଇଥିବା ବେଳେ, ସେହି ଟାଙ୍କିଟି ଏକ୍ସପାୟାର ଟାଙ୍କି ବୋଲି ଅଭିଯୋଗ ହୋଇଛି । ଯଦି କିଛି ଦୁର୍ଘଟଣା ଘଟିଥାନ୍ତା ତେବେ କିଏ ଦାୟୀ ରହାଥାନ୍ତା! ପ୍ରଧାନମନ୍ତ୍ରୀ ଉଜ୍ୱଳା ଗ୍ୟାସ ଯୋଜନାକୁ ନେଇ ବହୁ ଲୋକ ଉପକୃତ ହେବା କଥା ଡିଣ୍ଡିମ ପିଟୁଥିବା ବେଳେ ଏହି ଯୋଜନାର ସ୍ୱଛତା ଉପରେ ପ୍ରଶ୍ନ ଉଠୁଛି । ଏନେଇ ଗତ ୧୫ ତାରିଖରେ ହରେକୃଷ୍ଣ ପରିଡା ରାଜନଗର ଯୋଗାଣ ଅଧିକାରୀ ଦେବୀପ୍ରସାଦ ଦାସଙ୍କ ନିକଟରେ ଅଭିଯୋଗ କରିଥିଲେ କିନ୍ତୁ ଏ ପଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଆମ ପ୍ରତିନିଧି ଯୋଗାଣ ଅଧିକାରୀଙ୍କୁ ଭେଟି ପଚାରିବାରୁ ସେ ସିଧାସଳଖ ଉତ୍ତର ରଖିଥିଲେ, ଉପରୁ ନିଦ୍ଧେଶ ଅଛି ଆମେ ଭଚ୍ଚଗ୍ଧର ଦେଇପାରିବୁ ନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular