spot_img

ସର୍ବଧର୍ମ ସମନ୍ବୟ ର ବାର୍ତ୍ତା ଦେଇଛନ୍ତି ମୁସଲିମ ଝିଅ

ମୁହଂ ରୁ ଅନର୍ଗଳ ବାହାରୁଛି ବେଦମନ୍ତ୍ର , ଭକ୍ତ ସାଲବେଗ ଙ୍କ ପରି ଗାଇ ଚାଲିଛନ୍ତି ଭଜନ । ଆପଣ ଭାବୁଥିବେ ଇଏ କୌଣସି ନୈଷ୍ଠିକ ବ୍ରାହ୍ମଣ ପରିବାର ର ଝିଅ ହୋଇଥିବ , କିନ୍ତୁ ଆପଣଙ୍କ ଭାବନା କୁ ଭୂଲ ପ୍ରମାଣିତ କରି ଦେଇଛନ୍ତି ଏହି ଝିଅ । କାରଣ ଏ ହେଉଛନ୍ତି ଜଣେ ମୁସଲିମ ପରିବାର ର ଝିଅ , ମହା ମୃତ୍ୟୁଞ୍ଜୟ ମନ୍ତ୍ର , ଗଣେଷ ବନ୍ଦନା ହେଉ କି ଗୁରୁ ବନ୍ଦନା ସବୁକିଛି ମୁଖସ୍ଥ କରି ରଖିଛନ୍ତି । ଦେଖିଲେ ଲାଗୁଛି ସତେ ଯେମିତି ମା ସରସ୍ବତୀ ଙ୍କ କୃପା ଏହି ଝିଅ ଟି ଉପରେ ଓଜାଡି ହୋଇ ପଡିଛି , ଧର୍ମ ସିନା ଅଲଗା , ହେଲେ ଜାତୀୟତା ପରା ଭାରତୀୟ । ଜାତି ଧର୍ମ କୁ ନେଇ ଅନେକ ଭେଦଭାବ ଥିବା ବେଳେ ସର୍ବ ଧର୍ମ କୁ ଏକାକାର କରି ସମସ୍ତ ଙ୍କ ଉଦାହରଣ ସାଜିଛନ୍ତି ଏହି ଝିଅ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular