ଗ୍ରାମବାସୀଙ୍କ ଦ୍ୱାରା ନିଶାନିବାରଣ ଅଭିଯାନ । ମଦ୍ୟପାନ କଲେ ଟ୨୦ ହଜାର ଜୋରିମାନା । ଏଭଳି ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲା ଅଧିନ ନିମାପଡ଼ା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତର ବସନ୍ତପୁର ଗ୍ରାମବାସୀ । ଗ୍ରାମ୍ୟକମିଟିର ନିଷ୍ପତିକୁ ଘଣ୍ଟବାଡ଼େଇ ସଚେତନ କରାଯାଇଛି । ଏଥର ମଦୁଆମାନେ ସାବଡ଼ ହେବେ । ଏଥିପାଇଁ ଅଣ୍ଟା ଭିଡ଼ି ବାହାରିଛନ୍ତି ଗ୍ରାମବାସୀ । ଏଭଳି ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି ପୁରୀ ଜିଲ୍ଲା ଅଧିନ ନିମାପଡ଼ା ବ୍ଲକ ଅନ୍ତର୍ଗତ ଛଣିଜଙ୍ଗ ପଞ୍ଚାୟତର ବସନ୍ତପୁର ଗ୍ରାମବାସୀ । ବସନ୍ତପୁର ଗ୍ରାମର ମହିଳା ଏବଂ ପୁରଷମାନେ ଗ୍ରାମରେ ଥିବା ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିରରେ ଏକତ୍ରିତ ହୋଇ ମଦୁଆଙ୍କୁ ସାବାଡ଼ କରିବା ପାଇଁ ନିଷ୍ପତି ନେଇଛନ୍ତି । ମଦ୍ୟପାନ କଲେ ୨୦ହଜାର ଜୋରିମାନା ଦେବାକୁ ପଡିବ । ଗାଁ କୁ ନିଶାମୁକ୍ତ କରିବାକୁ ଶପଥ ନେଈଛନ୍ତି ଗ୍ରାମର ସମସ୍ତ ଜନସାଧାରଣ ଏବଂ ଗ୍ରାମ୍ୟ କମିଟି ର ଏଭଳି ଉଦ୍ୟମକୁ ପ୍ରଶଂସା କରିଛନ୍ତି ଅଞ୍ଚଳବାସିନ୍ଧା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0