୧୬ନଂ ଜାତିୟ ରାଜପଥର ଯାଆଁଳା ଓଭର ବ୍ରିଜ ଉପରେ ଖୋର୍ଦ୍ଧା ପଟୁ ଆସିଥିବା ଏକ ଚିପସ ବୋଝେଇ ଟ୍ରକ ଓ ମାଛ ବୋଝେଇ ଟାଟା ଏସି ମଧ୍ୟରେ ଦୁର୍ଘଟଣା । ଉଭୟ ଗାଡି ଖୋର୍ଦ୍ଧା ପଟୁ ଗୋଟିଏ ରାସ୍ତା ପଟେ ଆସିଥିଲେ ମଧ୍ୟ ପରସ୍ପର ଦୁର୍ଘଟଣା ହେବା ଦ୍ୱାରା ଚିପସ ବୋଝେଇ ଟ୍ରକ ଭାରଶ୍ୟାମ ହରାଇ ମଝିରେ ଥିବା ଡ଼ିଭାଇଡ଼ର କ୍ରସ କରି ଆରପଟ ରାସ୍ତାକୁ ଚାଲିଯାଇଥିଲା । ମାଛ ବୋଝେଇ ଟାଟା ଏସିଟି ଭାରସ୍ୟାମ ହରାଇ ମଝି ରାସ୍ତାରେ ଓଲଟି ଯାଇଥିଲା । ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ଯାଆଁଳା ଫାଣ୍ଡି ପୋଲିସ ଖବର ପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜରିରଖିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0