spot_img

୧୭୫ ଖଣ୍ଡ କାଠ ରଥଖଳାରେ ପହଞ୍ଚିଲା

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବୈାଦ୍ଧ ବନ ଖଣ୍ଡରୁ ଆଜି ଚତୁର୍ଥ ପର୍ଯ୍ୟାୟରେ ତିନୋଟି ରଥକାଠ ବୋଝେଇ ଟ୍ରକ ପୁରୀ ରଥଖଳାରେ ପହଞ୍ଚିଛି । ମୋଟ ୧୯ ଖଣ୍ଡ କାଠ ଆସିଥିବା ବେଳେ ଏଥିରେ ୪୦ ଫୁଟିଆ ୫୧ଖଣ୍ଡ ଓ ୨୦ ଫୁଟିଆ ୪୫ ଖଣ୍ଡ ଆସନ ଓ ଧଉରା କାଠ ରହିଛି ।

ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮ ଶହ ୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି । ତେଣୁ ରଥଯାତ୍ରା ପାଇଁ ୭୯୬ ଖଣ୍ଡର ଆବଶ୍ୟକତା ରହିଛି । ତେବେ ଆଜି ୧୭୫ ଖଣ୍ଡ କାଠ ରଥଖଳାକୁ ଆସିଛି । ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular