ଉମରକୋଟ: ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରି ହୁ ହୁ ହୋଇ ବଢୁ ଥିବାବେଳେ ନବରଙ୍ଗପୁର ଜିଲ୍ଲାର ଉମରକୋଟ ରେ କଳାବଜାରୀ ହୋଲସେଲେର ମାନେ ମାଲାମାଲ୍ ।
ସଟ୍ ଡାଉନ୍ ,ଲକ୍ ଡାଉନ୍ କୁ ଚାତକ ପକ୍ଷୀ ଭଳି ନଜର ରେ ରଖି ସମସ୍ତ ବଡ଼ ବଡ଼ ବ୍ୟବସାୟୀ ସଉଦା ଗୋଦାମ ରେ ଷ୍ଟକ୍ ରଖି ଚଢ଼ା ଦରରେ ବିକ୍ରୀ କରୁଛନ୍ତି । ଯେତେବେଳେ ମାର୍କେଟ ରେ ସୋଉଦ ଡାଲି, ତେଲ,ଆଳୁ, ପିଆଜ,ଭଳି ନିତିଦିନ ଆବଶ୍ୟକୀୟ ଜିନିଷ ଅଭାବି ଦେଖାଯାଏ ସେତେବେଳେ କଳା ବଜାରି ଲୋକଙ୍କ ଆଖିରେ ଧୂଳି ମାରି ବିକ୍ରୀ କରୁଥିବା ଦେଖାଦେଇଛି । ତମ୍ବଖୁ ଯୁକ୍ତ ପାନ୍ ମସଲା, ତମ୍ବାଖୁ ୫ ଟଙ୍କା ର ଜିନିଷ ୧୦ ଟଙ୍କା ରେ ବିକ୍ରୀ କରୁଛନ୍ତି । ଧନୀଶିଳ ପରିବାର ଙ୍କୁ ଏହା ପ୍ରଭାବ ପଡୁନି କିନ୍ତୁ ଦିନମାଯୁରିଆ , ମଧ୍ୟମ ପରିବାର ମାନେ ହନ୍ତସନ୍ତ ହେଉଛନ୍ତି । ଏହି ମହାମାରୀ ସମୟରେ କାମଧନ୍ଦା ନ ଥିବାବେଳେ ସମସ୍ତ କିରାଣି ସଉଦା ଦରଦାମ୍ ବୃଦ୍ଧି କରି କଳାବଜାରୀ ମାନେ ବର୍ତ୍ତମାନ ମାଲାମାଲ୍ ଏବଂ ଦୋକାନ ରେ କୌଣସି ଦୂରତା ବଜାୟ ରଖୁ ନାହାନ୍ତି । ସେଥିପାଇଁ ଉମରକୋଟ ଜନସାଧାରଣ ପ୍ରଶାସନ କୁ ନିବେଦନ କରିଛନ୍ତି ଯେ କଳାବଜାରୀ ଉପରେ ଚଢ଼ାଉ କରାଯାଉ ଓ ଜନସାଧାରଣ ମାନଙ୍କୁ ଉଚିତ୍ ମୂଲ୍ୟରେ ସଉଦା ମିଳିଲେ ଗରିବ ମଧ୍ୟବିତ୍ତ ପରିବାର ସୁରୁଖୁରୁରେ ଚଳି ପାରିବେ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0