ନୂଆଦିଲ୍ଲୀ: ସାରା ବିଶ୍ୱରେ ଆଜି ଇଦ୍- ଅଲ-ଅଦା ପାଳନ କରାଯାଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଭାରତବାସୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଶନିବାର ସକାଳେ ସେ ଟ୍ୱିଟ କରି କହିଛନ୍ତି, ‘ଇଦ୍ ମୁବାରକ ।ଇଦ୍ ଅଲ-ଅଦା ଅବସରରେ ଶୁବେଚ୍ଛା । ଏହି ଦିନ ଆମକୁ ଏକ ନ୍ୟାୟପୂର୍ଣ୍ଣ, ସୁସଂଗତ ଏବଂ ଅନ୍ତର୍ଭୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦେଉ । ଭାଇଚାରା ଏବଂ କରୁଣାର ଆତ୍ମା ଆଗକୁ ବଢୁ ।’
ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଟ୍ୱିଟ୍ କରି ଇଦ୍ ଅଲ ଅଦା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କରୋନା କଟକଣାକୁ ମାନିବା ସହ ସାମାଜିକ ଦୂରତା ରକ୍ଷା କରି ପର୍ବ ପାଳନ କରିବାକୁ କହିଛନ୍ତି ଉପରାଷ୍ଟ୍ରପତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0