ବରଗଡ଼ : କରୋନା ସଂକ୍ରମଣ ଚେନ ଭାଙ୍ଗିବା ପାଇଁ ସରକାର ସ୍ଥାନୀୟ ପ୍ରଶାସନ ବିଭନ୍ନ ପଦକ୍ଷେପ ନେଉଛନ୍ତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୩ ଦିନ ପାଇଁ ବରଗଡ ଜିଲ୍ଲା ସଟଡାଉନ ଘୋଷଣ କରାଯାଇଛି ।
ବରଗଡ଼ରେ ଲାଗୁ ହୋଇଥିବା କଟକଣା ଆସନ୍ତା ସୋମବାର ଯାଏଁ ରହିବ । ଜିଲ୍ଲାରେ ସମଗ୍ର ସଟଡାଉନ କଟକଣା ଜାରି ରହିବ । ସକାଳ ୬ ଟାରୁ ୯ ଟା ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ସେହିପରି ସଟଡାଉନରୁ ଜରୁରୀକାଳୀନ ସେବାକୁ ବାଦ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୩ରେ ପହଞ୍ଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ମୋଟ ୩୪୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏବେ ୬୪ ଜଣ ଚିକିତ୍ସାଧିନ ରହିଛନ୍ତି ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0