spot_img

ଆଜିଠାରୁ ଖୋଲିବ ଶାନ୍ତିସ୍ତୁପ ଧଉଳିଗିରି

ଦୀର୍ଘ ୫ ମାସ ପରେ ଆଜି ଖୋଲିବ ଧଉଳିଗିରି । ପର୍ଯ୍ୟଟକମାନଙ୍କ କୋଳାହଳରେ ପୁଣି ଚଳଚଂଚଳ ହୋଇଉଠିବ ଶାନ୍ତିସ୍ତୂପ।ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋରେ ମଜା ନେବେ ପର୍ଯ୍ୟଟକ । କରୋନା କଟକଣାରେ ଧଉଳି ଶାନ୍ତିସ୍ତୁପ ଆଜିଠାରୁ ଖୋଲିବା ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ତେଣୁ ସ୍ଥାନୀୟ ବ୍ୟବସାୟୀ ତଥା ଲୋକମାନେ ପର୍ଯ୍ୟଟକମାନଙ୍କ ଆଗମନକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ସମସ୍ତ ପ୍ରକାର ପ୍ରସ୍ତୁତି ସରିବା ପରେ ଆଜି ଠାରୁ ଖୋଲିବ ଶାନ୍ତିସ୍ତୂପ । ପର୍ଯ୍ୟଟକମାନେ ଦିନ ୧୦ଟା ପରଠାରୁ ବୁଲିବା ପାଇଁ ଅନୁମତି ଦିଆଯିବ । ସାନିଟାଇଜର, ମାସ୍କ ପିନ୍ଧିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେହିପରି ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୂର୍ବଭଳି ସୁରକ୍ଷାକର୍ମୀ, ଓ ସ୍ୱେଚ୍ଛାସେବୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ସହ ସଂଧ୍ୟାରେ ଲାଇଟ ଆଣ୍ଡ ସାଉଣ୍ଡ ସୋର ମଧ୍ୟ ମଜା ନେଇପାରିବେ ପର୍ଯ୍ୟଟକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular