କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବୈପାରିଗୁଡା ପଞ୍ଚାୟତର ବାତ୍ରିପୁଟରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଳକ ସ୍ତରୀୟ ଗୁରୁ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ।ଏହି ଅବସରରେ ବୈପାରିଗୁଡା ବ୍ଲକରେ ଶିକ୍ଷାଦାନ କରି ଅବସର ଗ୍ରହଣ କରିଥିବା ୮ଜଣ ଶିକ୍ଷକଙ୍କୁ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି ।ପ୍ରଥମେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରିବା ସହିତ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।
ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଚିତ୍ତାରାମ ବାରିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ସଂଘର ସମ୍ପାଦକ ସୁରେନ୍ଦ୍ର ଖରା, ଉପ ସଭାପତି ଶ୍ରୀଧର ରାଓ, କୋଷାଧ୍ୟକ୍ଷ ସୁନାଧର ଉଦୁଲବାଡ଼ିଆ, ପୂର୍ବତନ ସଭାପତି ଶରତ ରାଉତ, ଯୁଗ୍ମ ସମ୍ପାଦକ ନୃସିଂହ ବାରିକ, ସୁବାଷ ଦାସ, ସୁରେଶ ଦାସ, ପି. ସୁରେଶ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ।ସେହିପରି ମୁଖ୍ୟବକ୍ତା ଭାବେ ବୈପାରିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧିର ଚନ୍ଦ୍ର ରଥ ଯୋଗ ଦେଇଥିଲେ ।ଉକ୍ତ କାର୍ୟ୍ୟକ୍ରମରେ ଅବସର ହୋଇଥିବା ଶିକ୍ଷକ ମାନଙ୍କ ମଧ୍ୟରୁ ଟି. ଭାସ୍କର ରାଓ, ଗଣେଶ ଚନ୍ଦ୍ର ଦାସ, କଲ୍ୟାଣୀ ମିଶ୍ର, ବିଜୟ ନାୟକ, ଗଣନାଥ ସେଠୀ, ସନନ୍ଦା ପ୍ରଧାନ, ପ୍ରଫୁଲ୍ଲ କୁମାର ପ୍ରଧାନ, ରଞ୍ଜିତ କୁମାର ପରିଛା ପ୍ରମୁଖ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା କରାଯାଇଥିଲା ।ଉକ୍ତ କାର୍ୟ୍ୟକ୍ରମରେ ସମସ୍ତ ସି.ଆର.ସି.ସି, ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0