ପୁରୀ : ବିଜେଡିକୁ ଲାଗିଲା ବଡ ଝଟକା । ବିଜେଡି ଛାଡି ବିଜେପିରେ ଯୋଗଦେଲେ ୨ଶହ ରୁ ଉର୍ଧ ବିଜେଡି କର୍ମୀ ଓ ନେତା। ପୁରୀ ସଦର ନିର୍ବାଚନ ମଣ୍ଡଳି ତଳଜଙ୍ଗ ପଞ୍ଚାୟତ ବିଜୁ ଜନତା ଦଳର ଅସନ୍ତୁଷ୍ଠ ଥିବା ପୂର୍ବତନ ସରପଞ୍ଚ,ପୂର୍ବତନ ସମିତି ସଭ୍ୟ ଙ୍କ ସହ ୨ଶହ କର୍ମୀ ଆଜି ବିଧାୟକ ଜୟନ୍ତ ସଢଙ୍ଗି ଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ଆଗାମୀ ପଞ୍ଚାୟତ ନିର୍ବାଚନ ରେ ଏହି ଅଞ୍ଚଳରେ ବିଜେପି ସରପଞ୍ଚ ଗଢିବା ସହିତ ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଶ୍ରୀଯୁକ୍ତ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତ ଅନୁଯାୟୀ ପୁରୀ ସଦର ବିଜେପି ନିଜ ଦଳକୁ ସୃଦୁଢ କରିବାରେ ଲାଗିଛି।ତୃଣମୂଳ ସ୍ତରରୁ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଦିନକୁ ଦିନ ସାଂଗଠନିକ ମଜବୁତ ହେଉଥିବା ବୁଦ୍ଧିଜୀବୀ ମାନେ କହିଛନ୍ତି।
ସୂଚନାଯୋଗ୍ୟ ଯେ ବିଗତ ବର୍ଷରେ ପୁରୀ ସଦର ବିଜେଡିର ଗଡ ଥିବା ବେଳେ ଗତ ବିଧାନସଭା ନିର୍ବାଚନ ରେ ବିଜେଡି ଗଡ଼କୁ ଭାଙ୍ଗି ବିଜେପି ତାର ପତିୟାର ଜାହିର କରି ଥିଲା। ଯାହାକି ପୁରୀ ସଂସଦ କ୍ଷତ୍ରରେ ଏହା ବିଜେପି ପାଇଁ ବଡ ବିଜୟ ବୋଲି ରାତନୈତିକ କ୍ଷତ୍ରରେ ଚର୍ଚାର ବିଷୟ ପାଲଟିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନହିତକର ଯୋଜନା ରେ ଅନୁପ୍ରାଣିତ ହୋଇ ପ୍ରତେକ ଦିନ ଶତାଧିକ ଲୋକ ବିଭିନ୍ନ ଦଳ ଛାଡି ବିଜେପି ମୁହାଁ ହେଉଥିବା ଦେଖିବାକୁ ମିଳୁଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0