ଆନନ୍ଦପୁର: ଆନନ୍ଦପୁର ପୈାରାଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଳା ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଇଛି । ପୂର୍ବରୁ ଜୁଲାଇ ୨୭ ତାରିଖରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରାଯାଇଥିବା ବେଳେ ପୁଣି ପୈାରାଞ୍ଚଳକୁ ଆସନ୍ତାକାଲି ଠାରୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ପୈାରାଞ୍ଚଳରେ ଗତ ୨୧ ତାରିଖରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏହି ସମୟରେ ଜନସାଧାରଣଙ୍କ ଅତ୍ୟାବଶକୀୟ ସାମଗ୍ରୀର ସୁବିଧା ପାଇଁ ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଆନନ୍ଦପୁର ଜିଲ୍ଳାପାଳ କହିଛନ୍ତି । ତେବେ ସଂକ୍ରମଣ ସଂଖ୍ୟା କମାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସୂଚନା ମିଳିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0