ସାଲେପୁର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଚାଲିଛି । ଚରମ ଦୁଃସ୍ଥିତିରେ ଏବେ କଟକ ଜିଲ୍ଲା । କରୋନା ମୁକାବିଲା ପାଇଁ ବ୍ଲକ ପ୍ରଶାସନ ବିଭିନ୍ନ ପ୍ରତିଶେଧକ ମୂଳକ ପଦକ୍ଷପ ନେଉଥିବାବେଳେ କରୋନା ଅଟକିବାର ନାଆ ଧରୁନାହୁଁ। ସାଲେପୁର ସହରରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବେ ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ପାଲଟିଛି।
ସାଲେପୁର ଶ୍ରୀରାମ ନର୍ସିଂହୋମ ରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ନର୍ସିଂହୋମର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ବାରେଣ୍ଟାଇନ୍ ରେ ରାହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହାସହ ନର୍ସିଂହୋମକୁ ସିଲ କରିଛନ୍ତି ତହସିଲଦାର। ଆଖପାଖ ଦୋକାନ ବଜାରକୁ ସଟଡ଼ାଉନ ପାଇଁ ମଧ୍ୟ ଘୋଷଣା କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0