spot_img

ଘୁଞ୍ଚିଲା ପେଗାସସ୍ ମାମଲାର ଶୁଣାଣି

ସୁପ୍ରିମକୋର୍ଟରେ ପେଗାସସ୍ ମାମଲାର ଶୁଣାଣି ଘୁଞ୍ଚାଇ ଦିଆଯାଇଛି | ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ରର ଅନୁରୋଧକୁ ସ୍ୱୀକାର କରିବା ସହ ଶୁଣାଣି ତାରିଖ ଘୁଞ୍ଚାଇଛନ୍ତି। ମାମଲାର ଯାଞ୍ଚ ପାଇଁ ବିଶେଷଜ୍ଞ କମିଟି ଗଠନ ପାଇଁ କେନ୍ଦ୍ର ପ୍ରସ୍ତାବ ଦେଇଥିଲା। ତେବେ ମାମଲାର ଯାଞ୍ଚ କରି ଉତ୍ତର ରଖିବାକୁ ପରାମର୍ଶ ଦେଇଥିଲେ ଉଚ୍ଚତମ ନ୍ୟାୟାଳୟ। କେନ୍ଦ୍ର ପକ୍ଷରୁ ସତ୍ୟପାଠ ଦାଖଲ କରାଯିବା ପରେ ସୁପ୍ରିମକୋର୍ଟ ଏ ମାମଲାର ଶୁଣାଣି କରିବେ। ଆସନ୍ତା ୧୩ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବାକୁ ଥିବା ବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ବିଚାରପତିଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ରର ଅନୁରୋଧକୁ ସ୍ୱୀକାର କରିବା ସହ ଶୁଣାଣି ତାରିଖ ଘୁଞ୍ଚାଇଛନ୍ତି। ୧୭ ଅଗଷ୍ଟରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ ୨ପୃଷ୍ଠାର ସଂକ୍ଷୀପ୍ତ ଉତ୍ତର ରଖାଯାଇଥିଲା | ସୂଚନାଯୋଗ୍ୟ ଯେ ଏହି ମାମଲାର ଉତ୍ତର ରଖିବାକୁ ଅଧିକ ସମୟ ମାଗିଥିଲେ କେନ୍ଦ୍ର ସରକାର।

LEAVE A REPLY

Please enter your comment!
Please enter your name here

- Advertisment -

Most Popular