spot_img

ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମନ୍ତ୍ରୀ ରଖିଲେ ଜବାବ

ରାଜ୍ୟ ସରକାର ସବୁବେଳେ ଆଇନ ଶୃଙ୍ଖଳା ରକ୍ଷା ଓ ଲୋକଙ୍କ ଧନ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇ ଆସୁଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିର ନିୟମିତ ସମୀକ୍ଷା କରାଯାଇ ରାଜ୍ୟବାସୀଙ୍କ ସୁରକ୍ଷାକୁ ନିଶ୍ଚିତ କରାଯାଉଛି । ଏପରିକି ପୋଲିସର ସମୟ ଉପଯୋଗୀ ପଦକ୍ଷେପ ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତିକୁ ଏଡାଇ ଦିଆଯାଇପାରୁଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଛି, ଆଇନଶୃଙ୍ଖଳାରେ ସରକାରଙ୍କର ନିୟନ୍ତ୍ରଣ ନାହିଁ, ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି । ବିରୋଧୀ ଆଣିଥିବା ଅଭିଯୋଗର ଉତ୍ତର ରଖି ଗୃହରାଷ୍ଟ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଏବେଯାଏଁ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି । ପୂର୍ବଭଳି କୌଣସି ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିନି । ନିୟମ ଅନୁସାରେ ମେଳା ମହୋତ୍ସବ ଓ ପୂଜା ପାର୍ବଣ ବେଶ ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଛି । ରାଜ୍ୟରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଘଟିନାହିଁ ଏବଂ ମାଓ ମୁକାବିଲାରେ ସୁଧାର ଆସିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular