ବିଧାନସଭାରେ ନମାଜ ପଢିବାକୁ କୋଠରି ଆଲର୍ଟ କରିବା ବିବାଦ ଜାରି ରହିଛି | ଏହି ବିବାଦ ଏବେ ଉତ୍ତର ପ୍ରଦେଶ ଓ ବିହାର ପର୍ଯ୍ୟନ୍ତ ଲମ୍ବି ଗଲାଣି | ଉତ୍ତର ପ୍ରଦେଶ କାନପୁରର ବିଧାୟକ ଇରଫାନ ସୋଲାଙ୍କି ଦାବି କରିଛନ୍ତି କି ୟୁପି ବିଧାନସଭାରେ ନମାଜ ପାଠ କରିବା ଭଳି ବ୍ୟବସ୍ଥା କରାଯାଉ । ସେ କହିଛନ୍ତି ବିଧାନସଭା ସମୟରେ ନମାଜ ପଢିବାକୁ ଅସୁବିଧା ହେଉଛି । ତେଣୁ ବିଶ୍ୱାସକୁ ନଜରରେ ରଖି ଏହା ଉଚିତ ନିଷ୍ପତି ହେବ ବୋଲି ସେ କହିଛନ୍ତି । ଉତ୍ତର ପ୍ରଦେଶ ବ୍ୟତୀତ ବିହାରରେ ବି ଏହିଭଳି ମାମଲାକୁ ନେଇ ଚର୍ଚ୍ଚା ହେଲାଣି । ଅନ୍ୟପକ୍ଷେ ଭାଜପା ବିଧାୟକ କହିଛନ୍ତି ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ଯଦି ନମାଜ ପାଇଁ ଭିନ୍ନ କୋଠରି ମିଳୁଛି ତେବେ ହନୁମାନ ଚାଳିଶା ପାଇଁ କାହିଁକି ନୁହେଁ । ହରିଭୂଷଣ ଠାକୁର କହିଛନ୍ତି ଏହାକୁ ନେଇ ସେ ବିଧାନସଭା ଅଧ୍ୟକ୍ଷଙ୍କ ସହ କଥା ହେବେ, କାରଣ ସମସ୍ତଙ୍କୁ ପୂଜା କରିବାର ଅଧିକାର ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0