ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ମା ଅରୁଣା ଭାଟିଆଙ୍କ ର ପରଲୋକ ହୋଇଯାଇଛି | ଦୀର୍ଘ ଦିନରୁ ସେ ରୋଗଗ୍ରସ୍ତ ଥିଲେ | ଏନେଇ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି | ମାଆଙ୍କ ଅସୁସ୍ଥତା ଖବର ପାଇବା ପରେ ଅକ୍ଷୟ କୁମାର ଇଂଲଣ୍ଡଗସ୍ତ କାଣ୍ଟଛାଣ୍ଟ କରି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଥିଲେ। ଆଜି ମୁମ୍ବାଇର ‘ହୀରାନନ୍ଦାନୀ ହସ୍ପିଟାଲ୍’ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଅକ୍ଷୟ କୁମାର ତାଙ୍କ ସୋସିଆଲ ମିଡିଆରେ ମା ଙ୍କ ପାଇଁ ଏକ ଦୁଃଖଭରା ପୋଷ୍ଟ କରିଛନ୍ତି | ସେ ଲେଖିଛନ୍ତି ମୋ ଜୀବନରେ ମୋ ମା ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଆଜି ସେ ମତେ ଛାଡିକି ପଳେଇଲେ | ଏଭଳି ଯନ୍ତ୍ରଣା ମୁଁ ଆଦୌ ସହ୍ୟ କରିପାରୁନି | ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ | ମୁଁ ଏବଂ ମୋ ପରିବାର ବର୍ତ୍ତମାନ କଠିନ ସମୟରେ ରହିଛୁ | ସେ ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି କାରଣ ସେମାନେ ତାଙ୍କ ମା ଙ୍କ ଦେହ ସୁସ୍ଥ ହେବା ପାଇଁ କାମନା କରିଥିଲେ |



Visitors Today : 3
Total Visitors : 130169
Total Views : 9891615
Visitors Online Now : 0