ଆମେରିକା: ୨୪ ଘଣ୍ଟା ଭିତରେ ଆମେରିକା ଟିକ୍ ଟିକ୍ କୁ ବ୍ୟାନ କରିବାକୁ ଯାଉଛି । ଏକ କାର୍ଯ୍ୟକାରୀ ଆଦେଶନାମା ଜାରି କରି ବ୍ୟାନ କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି ଏହାକୁ ବ୍ୟାନ କରିବା ପାଇଁ ଆମେରିକା ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରିସାରିଛି । ଏକ୍ସପର୍ଟମାନେ ଏନେଇ ଆଗରୁ ଆକଳନ କରୁଛନ୍ତି । ସାଧାରଣ ଗୋଟିଏ ଚାଇନା ପ୍ରସ୍ତୁତକାରୀ ଭିଡିଓ ଆପ୍ ରାଷ୍ଟ୍ରୀୟ ସୁରକ୍ଷା ଏବଂ ସେନସରସିପ୍ ର ଏକ ମାଧ୍ୟମ ହୋଇଗଲାଣି । ଆମେ ଚାହିଁଲେ ଏହାକୁ ବ୍ୟାନ କରିପାରିବୁ ଓ ଆମ ପାଖରେ ମଧ୍ୟ ଅନ୍ୟ ବିକଳ୍ପ ଅଛି ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ କମ୍ପାନୀ ୟୁଜର୍ସର ଡାଟା ଚୀନ୍ ଅଧିକାରୀଙ୍କୁ ଦେଉଥିବାର ଅନେକ ଥର ଆରୋପ ଆସିଛି ।
ସୂଚନାଯୋଗ୍ୟ, କେତେକ ବିଦେଶ ନ୍ୟୁଜ ଚାନେଲଙ୍କ ମତରେ ଆମେରିକାର କେତେକ ବଡ ବଡ କମ୍ପାନୀ ଏବଂ ଫାଇନାନ୍ସର ମାନେ ଏହି ଟିକ୍ ଟକ୍ କମ୍ପାନୀକୁ କିଣିବା ପାଇଁ ଚାହୁଁଛନ୍ତି । ବାଇଟଡାଂସ ୨୦୧୭ରେ ଟିକ୍ ଟକ୍ ଲଞ୍ଚ କରିଥିଲା । ବହୁତ କମ୍ ସମୟରେ ଏହା ଯୁବପିଢିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ ହୋଇ ପାରିଛି । ଭାରତରେ ପୂର୍ବରୁ ଏହାକୁ ବ୍ୟାନ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0