ତାଲିବାନ୍କୁ ଆଫଗାନିସ୍ତାନର ନୂତନ ଶାସକ ଭାବେ ଚୀନ୍ ଔପଚାରିକ ସମ୍ମତି ଦେଇ ନ ଥିଲେ ବି ଜୁଲାଇ ମାସରେ ଉପପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ମୁଲ୍ଲା ବରଦରଙ୍କୁ ଆପ୍ୟାୟିତ କରିଥିଲା। ତାଲିବାନ୍ ସହ ଚୀନ୍ ଅନୌପଚାରିକ ବୁଝାମଣା କରିବ ବୋଲି ସେ ସୁନିଶ୍ଚିତ ବୋଲି ମଙ୍ଗଳବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି। ତାଲିବାନ୍କୁ ମୁକାବିଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଏବଂ ସାତ ରାଷ୍ଟ୍ର ମେଣ୍ଟ ସହଯୋଗ କରିବେ ବୋଲି ରାଜି ହୋଇଛନ୍ତି। ଏହାଛଡ଼ା, ଆଫଗାନିସ୍ତାନର ଖଣିଖାଦନରେ ତାଲିବାନ୍ର ପ୍ରବେଶକୁ ୱାସିଂଟନ୍ ଅବରୋଧ କରିଦେଇଛି। ଏସବୁ ‘ନ୍ୟୁୟର୍କ ଫେଡେରାଲ୍ ରିଜର୍ଭ’ ଅକ୍ତିଆରରେ ଥିଲା।
ତାଲିବାନ୍ ଯେମିତି ନାରୀମାନଙ୍କ ଅଧିକାରକୁ ସମ୍ମାନ ପ୍ରଦର୍ଶନ କରେ ଏବଂ ଆନ୍ତର୍ଜାତିକ ନିମୟ ମାନେ, ସେ ବିଷୟରେ ସୁନିଶ୍ଚିତ ହେବା ପାଇଁ ୱାସିଂଟନ୍ ଏଭଳି ବ୍ୟବସ୍ଥା କରିଛି। କିନ୍ତୁ, ବିଶେଷଜ୍ଞମାନେ କହୁଛନ୍ତି, ଚୀନ୍, ରୁଷ୍ କିଂବା ଅନ୍ୟ ଦେଶମାନେ ତାଲିବାନକୁ ପାଣ୍ଠି ଯୋଗାଇଲେ ଅଧିକାଂଶ ଅର୍ଥନୈତିକ କଟକଣା ବ୍ୟର୍ଥ ହୋଇଯିବ। ଚୀନ୍ ଓ ରୁଷ୍ ସମେତ ୨୦ ପ୍ରମୁଖ ଆର୍ଥିକ ସ୍ବଚ୍ଛଳସମ୍ପନ୍ନ ସଙ୍ଗଠନର ଅଧ୍ୟକ୍ଷ ଥିବା ଫ୍ରାନ୍ସ୍ ଆଫଗାନିସ୍ତାନ ପ୍ରସଙ୍ଗରେ ‘ଭର୍ଚ୍ୟୁଆଲ୍ ଜି୨୦’ ବୈଠକ ଡାକିବାକୁ ଉଦ୍ୟମ ଚଳାଇଛି। ମାତ୍ର, ସଙ୍ଗଠନ ମଧ୍ୟରେ ମତାନ୍ତର ଯୋଗୁଁ ଏଥିପାଇଁ ତାରିଖ ଧାର୍ଯ୍ୟ ହୋଇ ପାରିନାହିଁ। ‘ୟୁ.ଏସ୍. ଲ’ କଟକଣା ଜାରି କରିଥିବା ତାଲିବାନ୍କୁ ଚୀନ୍ ପାଣ୍ଠି ଯୋଗାଇବ ବୋଲି ସେ ଚିନ୍ତିତ କି, ବୋଲି ସାମ୍ବାଦିକମାନେ ପଚାରନ୍ତେ, ବାଇଡେନ୍ କହିଲେ, ତାଲିବାନ୍ ସହ ଚୀନ୍ର ପ୍ରକୃତ ସମସ୍ୟା ଅଛି। ତେଣୁ, ସେମାନେ ତାଲିବାନ୍ ସହ କୌଣସି ବ୍ୟବସ୍ଥା କରିବେ ବୋଲି ମୁଁ ସୁନିଶ୍ଚିତ। ଯେମିତି ପାକିସ୍ତାନ, ରୁଷ୍ ଓ ଇରାନ୍ କରିଛନ୍ତି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0