କଳାହାଣ୍ଡି ଜିଲ୍ଲା ଜୁନାଗଡସ୍ଥିତ କେନ୍ଦ୍ରିୟ ପଣ୍ୟାଗାର ରେ ଶ୍ରମିକ ମାନଙ୍କ ଇପିଏଫ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହୋଇଛି। ସିଡବଲ୍ୟୁସି ଦ୍ୱାରା ନିଯୁକ୍ତପ୍ରାପ୍ତ ଶ୍ରମିକ ଠିକାଦାର ପ୍ରତି ମାସରେ ଶ୍ରମିକ ମାନଙ୍କ କାର୍ଯ୍ୟ ଅନୁସାରେ ହିସାବ କରି ବେଙ୍କ ପାଶ ବୁକରେ ଶ୍ରମିକ ମାନଙ୍କ ମଜୁରୀ ଦେଉଥିବା କୁହାଯାଉଥିବା ବେଳେ ସେହି ପାଶବୁକରୁ ଶ୍ରମିକ ମାନେ ସେମାନଙ୍କ ଉପସ୍ଥିତି ଅନୁସାରେ ନିଜ ନିଜ ପ୍ରାପ୍ୟ ନେଉଥିବା ପ୍ରକାଶ। ଶ୍ରମିକ ମଜୁରୀ ଦେବାରେ ହୁଏତ ହେରାଫେରୀ ଥାଇପାରେ ବୋଲି ଶ୍ରମିକ ମାନେ ଅନୁମାନ କରୁଥିବା ପ୍ରକାଶ। ଏସଂପର୍କରେ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେବା ସହ ସଠିକ ତଦନ୍ତ କରାଯାଇ ଶ୍ରମିକ ମାନଙ୍କ ମଜୁରୀ ଓ ଇପିଏଫ ପ୍ରାପ୍ୟ ଯୋଗାଇଦେବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି। ଗୋଦାମରେ ଚାଉଲ ଅନଲୋଡିଂ ପାଇଁ ବସ୍ତା ପିଛା ୩ ଟଙ୍କା ଏବଂ ରେକ ରେ ଚାଉଳ ପଠାଇବା ପାଇଁ ବସ୍ତା ପିଛା ୪ ଟଙ୍କା ହିସାବରେ ମଜୁରୀ ଦିଆଯାଉଥିବା ଶ୍ରମିକ ମାନଙ୍କ ସୂତ୍ରରୁ ପ୍ରକାଶ। ସଂପୃକ୍ତ ଶ୍ରମିକ ଠିକାଦାର ପକ୍ଷରୁ ଶ୍ରମିକ ମାନଙ୍କ ଇପିଏଫ ପାଇଁ ମଜୁରୀ ଟଙ୍କା ମଧ୍ୟରୁ ଶତକଡା ୧୨ ଟଙ୍କା ଲେଖାଏଁ କାଟିକରି ରଖୁଥିବା ବେଳେ ସେହି ଟଙ୍କା ଶ୍ରମିକ ମାନଙ୍କ ଇପିଏଫ ଆକାଉଂଟରେ ଡିପୋଜିଟ କରୁନଥରବା ଶ୍ରମିକ ମାନେ ଅଭିଯୋଗ କରୁଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0