ମହିଳା ମାନଙ୍କୁ ଆମ ଦେଶରେ ଅଧିକ ଗୁରୁତ୍ୱ ଦିଆଯାଉଛି | ମହିଳାମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍’ ଦେବା ସହ ସେମାନଙ୍କୁ ‘ଏନ୍ଡିଏ’ ଓ ନେଭାଲ୍ଏକାଡେମି’କୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଅତିରିକ୍ତ ସଲିସିଟର୍ ଜେନେରାଲ୍ ଐଶ୍ବର୍ଯ୍ୟା ଭାଟୀ ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି | ଭାରତରେ ନାରୀମାନଙ୍କୁ କେବେ ‘ପର୍ମାନେଣ୍ଟ୍ କମିସନ୍’ ମିଳିବ ତା’ର ସମୟସୀମା ଜଣାଇବା ଲାଗି ସୁପ୍ରିମ୍ କୋର୍ଟ କହିଛନ୍ତି। ସୁପ୍ରିମ୍ କୋର୍ଟ ଆହୁରି ମଧ୍ୟ କହିଲେ ଯେ, ନିଷ୍ପତ୍ତି ନିଆଯାଉଛି ବୋଲି ଗତ ଶୁଣାଣିରେ କହିଥିଲେ ଆମେ ହସ୍ତକ୍ଷେପ କରି ନ ଥାଆନ୍ତୁ।
ସରକାର କ’ଣ କରୁଛନ୍ତି, ଭବିଷ୍ୟତରେ କିଭଳି ପଦକ୍ଷେପ ନିଆଯିବ ଏବଂ ଆମ ଠାରୁ କି, ଆଦେଶ ଆବଶ୍ୟକ ହେବ ସେ ସଂକ୍ରାନ୍ତରେ ଆପଣ ଗୋଟାଏ ସତ୍ୟପାଠ ଦାଖଲ କରନ୍ତୁ। ଦୀର୍ଘ ଦିନ ହେବ ଆମେ ଏ କଥା ବିଚାର କରୁଛୁ। ବିଚାରପତି ଏସ୍କେ କୌଲ୍ କହିଲେ, ଲିଙ୍ଗଗତ ସାମ୍ୟତାରେ ଶସସ୍ତ୍ରବାହିନୀମାନଙ୍କୁ ଆହୁରି ଅଧିକ କିଛି କରିବାକୁ ପଡ଼ିବ। ସଶସ୍ତ୍ରବାହିନୀର ମୁଖ୍ୟମାନେ ଗ୍ରହଣ କରିଥିବା ନିଷ୍ପତ୍ତିରେ ମୁଁ ଆନନ୍ଦିତ। ସେମାନଙ୍କୁ ବୁଝାଇବାରେ ସମର୍ଥା ହୋଇଥିବାରୁ ଆପଣଙ୍କୁ ଅଭିନନ୍ଦନ। ସର୍ବୋଚ୍ଚ ଅଦାଲତଙ୍କୁ ସେ କହିଲେ, ମୋ ପାଖରେ ଗୁରୁତ୍ବପୂର୍ଣ୍ଣ ଖବର ରହିଛି। ‘ଏନ୍ଡିଏ’ ଓ ନେଭାଲ୍ଏକାଡେମି’ ଜରିଆରେ ଝିଅମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍’ ଦେବା ପାଇଁ ସେନା ମୁଖ୍ୟମାନେ ଓ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଗତ ବିଳମ୍ବିତ ସନ୍ଧ୍ୟାରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି |



Visitors Today : 1
Total Visitors : 130303
Total Views : 9891806
Visitors Online Now : 0