ମଧ୍ୟପ୍ରଦେଶରେ ସେପ୍ଟେମ୍ବର ମାସରେ ’ଗୋଟ୍ମାର୍’ ମେଳା ଆୟୋଜନ କରାଯାଏ। ମା ଦୁର୍ଗାଙ୍କର ପବିତ୍ର ନାମଉଚ୍ଚାରଣପୂର୍ବକ ସମସ୍ତ କାର୍ଯ୍ୟକ୍ରମ ଚାଲେ। ମଙ୍ଗଳବାର ଦିନ ଜିଲ୍ଲାପାଳ ସୌରଭ କୁମାର ସୁମନ କହିଛନ୍ତି ଯେ, ଏବର୍ଷ ଶାନ୍ତିଶୃଙ୍ଖଳାର ସହ ମେଳା ସମାପନ ହୋଇଛି। ମଙ୍ଗଳବାର ଦିନ ମଧ୍ୟପ୍ରଦେଶରେ ବାର୍ଷିକ ‘ଗୋଟ୍ମାର୍ ମେଳା’ରେ ପାରମ୍ପରିକ ଟେକାପଥର ଫିଙ୍ଗା ଉତ୍ସବରେ ୪୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଛିନ୍ଦାୱାରା ଜିଲ୍ଲା ଅନ୍ତର୍ଗତ ଜାମ ନଦୀକୂଳରେ ଏହି ମେଳା ଆୟୋଜିତ ହୋଇଥିଲା। ‘ଚିଫ୍ ମେଡିକାଲ୍ ହେଲ୍ଥ୍ ଅଫିସର୍’ ଡାକ୍ତର ଜିସି ଚୌରସିଆ କହିଛନ୍ତି, ମଙ୍ଗଳବାର ଦିନ ‘ଗୋଟ୍ମାର୍’ ମେଳା ସମୟରେ ୪୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି।
ଉନ୍ନତ ଚିକିତ୍ସା ଲାଗି ସାଙ୍ଘାତିକ ଆହତ ହୋଇଥିବା ଦୁଇଜଣଙ୍କୁ ପଡ଼ୋଶୀ ରାଜ୍ୟ ମହାରାଷ୍ଟ୍ରର ନାଗପୁରକୁ ‘ରେଫର୍’ କରାଯାଇଛି। ସ୍ଥାନୀୟ କିଂବଦନ୍ତି ଅନୁସାରେ, ପ୍ରାୟ ୩୦୦ ବର୍ଷ ପୂର୍ବେ ପାର୍ଢୁନା ଗାଁର ଜଣେ ତରୁଣ ସବରଗାଁଓର ଜଣେ ତରୁଣୀକୁ ନେଇ ପଳାଇଯାଇଥିଲା। ତରୁଣୀ ସହ ନଈ ପାରି ହୋଇ ପଳାଉଥିବା ତରୁଣକୁ ବାଧା ଦେବା ପାଇଁ ସବରଗାଓଁର ଲୋକେ ଟେକା ଫିଙ୍ଗିବାରୁ ଉଭୟଙ୍କୁ ନିରାପଦରେ ଗ୍ରାମକୁ ଘେନି ଆସିବାକୁ ପାର୍ଢୁନା ଗାଁର ଲୋକେ ମଧ୍ୟ ସବରଗାଓଁ ଲୋକଙ୍କ ଉପରକୁ ଟେକା ଫିଙ୍ଗିଥିଲେ। ପୂର୍ବବର୍ଷଗୁଡ଼ିକ ତୁଳନାରେ କମ୍ ବ୍ୟକ୍ତି ଆହତ ହୋଇଛନ୍ତି। ଏହାଛଡ଼ା, ସାଙ୍କେତିକ ଭାବେ ଏହି ଉତ୍ସବ ପାଳନ କରାଯାଉ ବୋଲି ସେ ଗ୍ରାମବାସୀମାନଙ୍କୁ ବୁଝାଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0