spot_img

ବାହୁବଳୀ ଫେମ୍‌ ରାଣାଙ୍କ ଅଡୁଆ

ବାହୁବଳୀ ଫେମ୍‌ ଆକ୍ଟର ଅଭିନେତା ରାଣା ଦୁଗାଵଟୀଙ୍କ ପାଇଁ ବଢିଛି ଅଡୁଆ | ବୁଧବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଗରେ ହାଜର ହୋଇଛନ୍ତି। ୨୦୧୭ ଡ୍ରଗ୍ ମାମଲା ସହ ଜଡିତ ଟଙ୍କା ହେରଫେର ମାମଲାରେ ଇଡି ତାଙ୍କୁ ସମନ କରିଥିଲା। ସୂଚନାଯୋଗ୍ୟ ଅଗଷ୍ଟ ୩୧ ରେ ନିର୍ଦ୍ଦେଶକ ପୁରୀ ଜଗନାଦ ଏବଂ ଅଭିନେତା ଚାର୍ମି କୌର, ରାକୁଲ ପ୍ରୀତ ସିଂ ଏବଂ ନନ୍ଦୁଙ୍କୁ ପଚରାଉଚରା କରାଯାଇଥିଲା। ରାଣା ପ୍ରାୟ ୧୦ଟା ସମୟରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହ କିଛି ସେଲିବ୍ରିଟିଙ୍କ ସନ୍ଦେହଜନକ ଲିଙ୍କ୍ ଥିବା ଏବଂ ଆର୍ଥିକ କାରବାର ବିଷୟରେ ଇଡି ତାଙ୍କୁ ପଚରାଉଚରା କରିବେ। ଇଡି ଆଗରେ ହାଜର ହୋଇଥିବା ରାଣା ହେଉଛନ୍ତି ପଞ୍ଚମ ଟଲିଉଡ ବ୍ୟକ୍ତିତ୍ୱ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular