କରୋନା ମହାମାରୀ ଭିତରେ ଅଗଷ୍ଟ ୨୭ ତାରିଖରେ ଛତିଶଗଡ଼ ରାୟପୁର ଦିନଦୟାଲ ଅଡ଼ିଟାରିୟମଠାରେ ହୋଇଥିଲା ନାରୀଶକ୍ତି ଅନୁଷ୍ଠାନ ପକ୍ଷରୁ ‘ବ୍ରାଇଡ୍ଲ ମେକ୍ଅପ୍ ଆର୍ଟ’ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ସର୍ବ ଭାରତୀୟସ୍ତରରୁ ୪୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବଲିଉଡ୍ ନାୟିକା ତାରକା ଉର୍ମିଳା ମାତେଣ୍ଡକର, ରାଜା ମୁରାଦ, ପ୍ରୀତି ଝାଙ୍ଗିଆନି ପ୍ରମୁଖ ବିଚାରପତି ଭାବେ ଯୋଗଦେଇଥିଲେ। ବଲିଉଡ୍ ନାୟିକା ଉର୍ମିଳାଙ୍କ ମନ ଜିଣିଛନ୍ତି ନବରଙ୍ଗପୁରର ବୋହୂ ରିଜବାନା ବାନୁ।
ତାଙ୍କ ମେକ୍ଅପ୍ ଆର୍ଟ ଦେଖି ଦିୱାନା ହୋଇଛନ୍ତି ଉର୍ମିଳାଙ୍କ ସମେତ ରାଜା ମୁରାଦ, ପ୍ରୀତି ଝାଙ୍ଗିଆନି ପରି ବହୁ ପ୍ରତିଷ୍ଠିତ ବଲିଉଡ୍ କଳାକାର। ଯେଉଁଥିପାଇଁ ସେ ‘ବ୍ରାଇଡ୍ଲ ମେକ୍ଅପ୍ ଆର୍ଟ’ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛନ୍ତି। ‘ବ୍ରାଇଡ୍ଲ ମେକ୍ଅପ୍ ଆର୍ଟ’ ପ୍ରତିଯୋଗିତାରେ ରିଜବାନ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। ମୁସଲମାନ୍ ପରିବାରର ଝିଅ ହୋଇଥିଲେ ମଧ୍ୟ ଫେସନ୍ ଦୁନିଆରେ ନାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଝିଅର ଇଚ୍ଛାକୁ ସମ୍ମାନ ଜଣାଇ ବାପା ସଲିମ୍ ଉଦ୍ଦିନ୍ ଓ ମାଆ ସାକିନା ବାନୁ ସମର୍ଥନ ଦେଇଥିଲେ। ସେଥିପାଇଁ ସେ ‘ମେକଅପ୍ ଆର’ରେ ଉଚ୍ଚ ଶିକ୍ଷାଗ୍ରହଣ କରିବା ପାଇଁ ତାଲିମ ନେଲେ। ତା’ପରେ କୋଟପାଡ଼ ପରି ଛୋଟ ଟାଉନ୍ରେ ଏକ ବ୍ୟୁଟିପାର୍ଲର ଖୋଲି ଝିଅମାନଙ୍କୁ ମେକ୍ଅପ୍ କରିବାରେ ଲାଗି ପଡ଼ିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0