ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟସମ୍ୟାନ ଶିଖର ଧାଓ୍ଵନ ଓ ତାଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଛି | ଆୟଶା ଓ ଧାଓ୍ଵନଙ୍କ ପ୍ରେମକାହାଣୀ ଫେସବୁକ୍ରୁ ଆରମ୍ଭ ହୋଇଥିଲା। ଉଭୟଙ୍କ ମଧ୍ୟରେ ହରଭଜନ ସିଂହ ମ୍ୟୁଚଲ ଫ୍ରେଣ୍ଡ ଥିଲେ। ଦୁହେଁ ଫେସବୁକ୍ରେ ଖୁବ୍ ଚାଟିଂ କରିଥିଲେ ଏବଂ ଉଭୟେ ପରସ୍ପରକୁ ଭଲ ପାଇ ବସିଲେ। ୨୦୧୨ରେ ଧାଓ୍ଵନ ଓ ଆୟଶାଙ୍କ ମଧ୍ୟରେ ବିବାହ ହୋଇଥିଲା। ୨୦୧୪ରେ ଏହି ଦମ୍ପତ୍ତି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବିବାହର ୯ ବର୍ଷ ପରେ ଏମିତି ନିଷ୍ପତ୍ତି ଧାଓ୍ଵନଙ୍କ ପ୍ରଶଂସକଙ୍କୁ ଚକିତ କରିଛି।
ଆୟଶା ଏହାର ସୂଚନା ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ ଜରିଆରେ ଦେଇଛନ୍ତି। ସେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ଥରୁଟିଏ ତଲାକ ହୋଇ ସାରିଛି, ଲାଗୁଥିଲା ଦ୍ଵିତୀୟ ଥର ଏମିତି କରିବା ସବୁ କିଛି ବାଜିରେ ଲାଗିଯିବ। ମୋତେ ବହୁତ କିଛି ସାବ୍ୟସ୍ତ କରିବାର ଥିଲା। ଏଥିପାଇଁ ଯେବେ ମୋର ଦ୍ଵିତୀୟ ବିବାହ ବିଚ୍ଛେଦ ଘଟିଲା ଏହା ମୋ ପାଇଁ ବହୁତ ଭୟାବହ ଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଧାଓ୍ଵନଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0