ଦେଶରେ କରୋନା ଉପରେ ଲାଗୁନି ରୋକ। ପୁଣି ଉପର ମୁହାଁ କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ୪୩ ହଜାର୨୬୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରେ କେରଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ କେରଳରୁ ଆସିଛି ୨୯ହଜାର ୩୨୨ କରୋନା ମାମଲା। ଯାହା ମୋଟ ସଂକ୍ରମଣର ୭୦ ପ୍ରତିଶତ ।
ସେହିପରି ଗୋଟିଏ ଦିନରେ ଦେଶରେ ୩୩୦ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। କେରଳରେ ମୃତ୍ୟୁ ବରଣ କରିଛନ୍ତି ୧୩୧ ଜଣ। ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୯ଲକ୍ଷ ୪୫ହଜାର ୯୦୭ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୪ଲକ୍ଷ ୪୦ ହଜାର ୨୨୫ରେ ପହଞ୍ଚିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0