ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁକୁ ପୁରିଲାଣି ପ୍ରାୟ ଦୁଇ ମାସ | ଦୀର୍ଘ ସମୟ ଧରି ତଦନ୍ତ ଚାଲିଥିଲେ ହେଁ ଫିଟୁ ନାହିଁ ସନ୍ଦେହ ଜନକ ମୃତ୍ୟୁର ରହସ୍ୟ | ବାଲେଶ୍ବର ଜିଲା ଖଇରା ମାଟିର ପୁଅ ତଥା ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ ତଥା ତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗୁରୁବାର ସକାଳୁ ଖଇରା ବଜାର ବନ୍ଦ ରହିଛି | ଜନ ଜାଗରଣ ମଞ୍ଚ,ପ୍ରତିଭା ପରିବାର, ଜନହିତ ଯୁବକ ସଂଘ, ଆୟୁଷ୍ମାନ ଫାଉଣ୍ଡେଶନ, ପତଞ୍ଜଳି ଯୋଗ ପ୍ରଚାର ସମତି, ଦୁର୍ଗାପୂଜା କମିଟି, କାଳୀପୂଜା କମିଟି,ବରିଷ୍ଠ ନାଗରିକ ମଞ୍ଚ,ଖଇରା ସାହିତ୍ୟ ସଂସଦ ଭଳି ୨୫ରୁ ଊର୍ଦ୍ଧ୍ୱ ସଂଗଠନର ସଦସ୍ୟମାନେ ଏଥିରେ ସମିଲ ଅଛନ୍ତି। ମଧ୍ୟାହ୍ନରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି | ସମସ୍ତ ଯାନବାହନ ଚଳାଚଳ ବି ବନ୍ଦ ରହିଛି | ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଖଇରା ବ୍ଲକ ଛକରେ ଧାରଣା ଦେଇଥିବା ବେଳେ ଶତାଧିକ ଲୋକଙ୍କ ଶୋଭାଯାତ୍ରା ଖଇରା ବଜାର ପରିକ୍ରମା କରିଛି |



Visitors Today : 4
Total Visitors : 130422
Total Views : 9891952
Visitors Online Now : 0