spot_img

ରାହୁଲ ଓ ଧର୍ମେନ୍ଦ୍ରଙ୍କ ଟ୍ୱିଟ ଯୁଦ୍ଧ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ପ୍ରାୟତଃ କେନ୍ଦ୍ର ସରକାରଙ୍କ ସହ ବାଦ ବିବାଦ ଦେଖିବାକୁ ମିଳୁଛି | ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୨ ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ଏନଇଇଟି) ଅନୁଷ୍ଠିତ ହେବ। ତା’ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସାମାଜିକ ଗଣମାଧ୍ୟମରେ ଏହି କଥା କଟାକଟି ହୋଇଛି। ସାମାଜିକ ଗଣମାଧ୍ୟମରେ ରାହୁଲ୍ ଗାନ୍ଧୀ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ବାକ୍ୟୁଦ୍ଧ ହୋଇଛି। ପରୀକ୍ଷା ସ୍ଥଗିତ ରଖିବାକୁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ଟୁଇଟ୍ ମାଧ୍ୟମରେ ଆହ୍ୱାନ ଦେଇଥିଲେ । ଆଉ ଏହାର ଗୋଟିଏ ଦିନ ପରେ ଶ୍ରୀ ଗାନ୍ଧୀଙ୍କ ଟୁଇଟର କଡ଼ା ଜବାବ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବରାଜଙ୍କ ବିଶେଷତ୍ୱତା ହେଉଛି ମିଥ୍ୟା ଓ ଅର୍ଦ୍ଧ-ସତ୍ୟର ପ୍ରଚାର କରିବା । ପ୍ରଗତିଶୀଳ କଥାକୁ ବିରୋଧ କରିବା ହେଉଛି ପ୍ରମୁଖ କାର୍ୟ୍ୟ । ଯେଉଁ ବିଷୟରେ ଧାରଣା ନାହିଁ ସେବିଷୟରେ ମତ ଦେବାରୁ ବିରତ ରହିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାହୁଲଙ୍କ ଟୁଇଟର ଜବାବରେ କହିଛନ୍ତି ଯେ ସର୍ବନିମ୍ନ ଜ୍ଞାନ ନ ଥାଇ ନିଜକୁ ନିଜେ ବିଶେଷଜ୍ଞ ଭାବୁଛନ୍ତି । ପରୀକ୍ଷା ସୂଚୀ ମଧ୍ୟରେ ଅଯଥା ହସ୍ତକ୍ଷେପ କରି ବିଫଳ ରାଜକୁମାର(ରାହୁଲ) ଛାତ୍ରଛାତ୍ରୀଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular